
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ୍ ସଭାଗୃହରେ ଟିବି ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧୀନରେ ଥିବା ୫ଟି ପଞ୍ଚାୟତକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବେ ଟିବି ମୁକ୍ତ ଅଞ୍ଚଳ ବୋଲି ଘୋଷଣା କରାଯାଇଛି । ଅନୁଷ୍ଠିତ ଟିବି ମୁକ୍ତ ପଞ୍ଚାୟତ ସମ୍ମାନ ଓ ଯୋସ୍ ଟିମ୍ ଉଦ୍ଘାଟନ କାର୍ଯ୍ୟକ୍ରମରେ ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଟିବି ଚାମ୍ପିୟନ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ ଯୋଗଦେଇଥିଲେ । ଏହା ସହିତ ସିଡିଏମ୍ ଆଣ୍ଡ ପି.ଏଚ୍.ଓ ଡାକ୍ତର କାମେଶ୍ୱର ରାଓ, ଏଡି.ପି.ଏଚ.ଓ-ଟିବି ଡାକ୍ତର. ଅବନୀ କୁମାର ପାତ୍ର, ଡିପିଏମ୍-ଏନ.ଏଚ.ଏମ୍. ବୁଲୁନାଥ ସାହୁ, ଏସ.ଡି.ଏଚ୍ ଅଧିକ୍ଷୀକ ଡାକ୍ତର ଅଲେଖ ପ୍ରଧାନ, ଛତ୍ରପୁର ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷୀକ ଡାକ୍ତର ସୁଶାନ୍ତ ଶେଖର ବେହେରା, ଡାକ୍ତର ସ୍ୱାଧୀନ ରଥ, ମେଜର ଯକ୍ଷିତ୍ (୦୩ ବାଟାଲିୟନ), ଡିପିସି-ଏନଟିଇପି ବିଜେସୀ ଜେନା, ପି.ପି.ଏମ୍ ସୁଧୀର କାନ୍ତ ବେହେରା, ପି.ଏମ୍.ଡି.ଟି ସାଇ ପ୍ରସାଦ ସ୍ୱରୂପ, ମୁନିସିପେଣ୍ଠ ବ୍ଲକ୍ର ୫ ଜଣ ସରପଞ୍ଚ, ସୁବେଦାର କୃଷ୍ଣ କୁମାର (ସିନିୟର ଯେ.ସି.ଓ), ୩ ଓଡ଼ିଶା ମେଡିକାଲ୍ କମ୍ପାନୀ ଏନ.ସି.ସି, ନାଏକ ବିପିନ ମହାପାତ୍ର (ଇନ୍ଷ୍ଟ୍ରକ୍ଟର), ସମସ୍ତ କମାଣ୍ଡିଂ ଅଫିସର୍, ଏସ.ଟି.ଏସ,ଏସ.ଟି.ଏଲ୍.ଏସ, ଟିବି ଚମ୍ପିୟାନ, ଏନ୍.ସି.ସି, ସ୍ୱେଚ୍ଛାସେବୀ, ମାଇ ଭାରତ ସ୍ୱେଚ୍ଛାସେବୀ ଏବଂ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ୨୦୨୫ ମସିହାରେ ଟିବି ମୁକ୍ତ ପଞ୍ଚାୟତ ଭାବେ ଚିହ୍ନଟ ହୋଇଥିବା ଛତ୍ରପୁର ବ୍ଲକ୍ ଅଧୀନରେ ଥିବା ୫ଟି ପଞ୍ଚାୟତ ଯଥା ଚିକଲଖଣ୍ଡି, ବଡ଼ମାଧପୁର, ମହାନାଦପୁର, କାଳୀପଲ୍ଲୀ, ପୋଡାପଦର,ଏହି ସରପଞ୍ଚ ମାନଙ୍କୁ ସମ୍ମାନୀତ ଏବଂ ଭୂୟସୀ ପ୍ରଶଂସା କରାଯାଇ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ୟୁନିଅନ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନୋଡ଼ା ଯୋସ୍ ଟିମ୍ର ଶୁଭ ଉଦ୍ଘାଟନ କରାଇଥିଲେ ଏବଂ ଯୋସ୍ ଟିମ୍କୁ କେନ୍ଦ୍ରୀୟ ଭିଡିଓ କନ୍ଫରେନ୍ସ (ଭିସି) ମାଧ୍ୟମରେ ସଂଯୋଜିତ କରାଯାଇଥିଲା । ଟିବି ମୁକ୍ତ ଭାରତ ଅଭିଯାନକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବା ଦିଗରେ ଏହି କାର୍ଯ୍ୟକ୍ରମକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଗଲା ।