om academy

ସାଂସଦ ସୁରେଶ ପୂଜାରୀଙ୍କ ଉନ୍ନୟନମୂଳକ ପଦକ୍ଷେପ

jsm

ସମ୍ବଲପୁର, (ଦାମୋଦର ପଣ୍ଡା) : ବରଗଡ଼, ଝାରସୁଗୁଡା ଓ ସମ୍ବଲପୁରକୁ ସଂଯୋଗ କରୁଥିବା ରାଷ୍ଟ୍ରୀୟ ରାଜମାର୍ଗର ପ୍ରଶସ୍ତିକରଣ, ଉନ୍ନତିମୂଳକ କାର୍ୟ୍ୟ ବିଷୟରେ ସାଂସଦ ସୁରେଶ ପୂଜାରୀ ଜାତୀୟ ରାଜପଥ ପ୍ରାଧିକରଣର ରିଜିଓ ମେନେଜର ରାମପ୍ରସାଦ ପଣ୍ଡାଙ୍କ ସହ ଆଲୋଚନା ଓ ସମୀକ୍ଷା କରିଥିଲେ । ବରଗଡ ମୁନିସିପାଲିଟିର ଚତୁର୍ଦିଗରେ ରିଂ ରୋଡ, ବରଗଡରୁ ବିକାଶ ହସ୍ପିଟାଲ ପର୍ୟ୍ୟନ୍ତ ଫ୍ଲ୍ୟଏ ଓଭର ବ୍ରିଜ, ସୋହେଲା ସର୍ଭିସ ରୋଡ, ସୋହେଲା ଫୁଟ ଓଭର ବ୍ରିଜ, ଘୁଲିପାଲି ଫୁଟ ଓଭର ବ୍ରିଜ ଏବଂ ସର୍ଭିସ ରୋଡ଼, ଭଟଳି ଛକ ଦୁଇ ପାର୍ଶ୍ଵରେ, ବ୍ରାମହଚାରି, ପ୍ରଧାନପାଲି ଏବଂ ଜାରମୁଡାରେ ସ୍ଲିପ ରୋଡ଼, ରେଙ୍ଗାଲି କେପ, ଦଶମାଲି ଛକରେ ସର୍ଭିସ ରୋଡ଼, ହଲଦୀପାଳି ପାଖ ସହିଦ ଛକ, ସୋହେଲା ଛକର ସୌନ୍ଦର୍ୟ୍ୟ କାରଣ, ସୋହେଲା-ବରପାଲି-ବିନିକାର ସଂଯୋଗୀକରଣ, ଏହା ସହିତ ଝାରସୁଗୁଡା-ବେଲପାହାଡ଼ ଏନ୍‌ଏଚ୍‌-୪୯ ଓ ଝାରସୁଗୁଡା-ତିଲେଇବଣି ରାସ୍ତାକୁ ୪ ଲେନ ପ୍ରସ୍ତାବ, ପ୍ରସନ୍ନ ପଣ୍ଡା ଛକରେ ଫ୍ଲ୍ୟଏ ଓଭର ବ୍ରିଜ ସହିତ ଇବ ନଦୀ ଉପରେ ଝୁଲନ୍ତା ବ୍ରିଜ ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ସମ୍ବଲପୁର ଅନୁଗୁଳ ରାଷ୍ଟ୍ରୀୟ ରାଜମାର୍ଗର କାର୍ୟ୍ୟ ମନ୍ଥର ଗତିରେ ଚାଲିଥିବାରୁ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଥିଲେ । ବଡରମା ରାଷ୍ଟ୍ରୀୟ ରାଜମାର୍ଗର ପ୍ରଶସ୍ତିକରଣ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ସମ୍ବଲପୁର ବରଗଡ଼ର ଲକ୍ଷ୍ମୀ ଡୁଙ୍ଗରେ ଟନେଲ ନିର୍ମାଣ, ଅଇଁଠାପାଲି ଫ୍ଲଏ ଓଭର ବ୍ରିଜ ନିର୍ମାଣ, ସେଣ୍ଡ ଜୋନ ଛକରେ ଅଣ୍ଡର ପାସ । ଏ ସମସ୍ତ ବିଷୟରେ ଆଲୋଚନା କରି ଅତି ଶୀଘ୍ର ଶେଷ କରିବା ପାଇଁ ଅଧିକାରୀଙ୍କୁ ପରାମର୍ଶ କରିଥିଲେ ।

Leave A Reply

Your email address will not be published.