ନିଜକୁ ସୁସ୍ଥ ରଖିବାର ସୁଗମ ଉପାୟ

ସୁସ୍ଥ ରହିବାକୁ ସମସ୍ତଙ୍କ ପସନ୍ଦ, କିନ୍ତୁ ସୁସ୍ଥ ରହିବାକୁ ଉଦ୍ୟମ କରିବା ଦିଗରେ ସମସ୍ତେ ସଚେତନ ରୁହନ୍ତି ନାହିଁ । ଯାହାଫଳରେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ଼ । ସମୟ ସମୟରେ ଖୁବ୍‌ ବେଶୀ ସ୍ୱାସ୍ଥ୍ୟ ବିଗିଡ଼ିବା କାରଣରୁ ଅଯଥାରେ ଗୁଡ଼ାଏ କଷ୍ଟ ଉପାର୍ଜିତ ଅର୍ଥ ବି ଖର୍ଚ୍ଚ କରିବାକୁ ପଡ଼ିଥାଏ । ପୁଣି ଶାରରୀକ କଷ୍ଟ ବି ଭୋଗିବାକୁ ପଡ଼ିଥାଏ । ତେବେ ଆସନ୍ତୁ, ସାମାନ୍ୟ କିଛି ଦିଗ ଉପରେ ନଜର ଦେବା ଏବଂ ନିଜକୁ ସୁସ୍ଥ ରଖିବାର ସୁଗମ ଉପାୟ ହାତେଇ ନେବା ।

୧. ପ୍ରତ୍ୟହ ସକାଳୁ ଉଠୁ ଉଠୁ ଖାଲି ପେଟରେ ତିନି ରୁ ଚାରି ଗ୍ଲାସ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ ବୋଲି ୱାଟର ଥେରୋପି ବିଶେଷଜ୍ଞମାନେ ମତ ଦିଅନ୍ତି । ଯଦି ଉଷୁମ ପାଣି ତିନି ଚାରି ଗ୍ଲାସ୍‌ ନିଆଯାଏ, ତେବେ ଆହୁରି ଭଲ । ଏହା ଦ୍ୱାରା ଶରୀରର ଟକ୍‌ସିନ୍‌ ହ୍ରାସ ପାଇବା ସହ ଅନ୍ୟ ଉପକାର ମଧ୍ୟ ମିଳିଥାଏ ।

୨. ପ୍ରତ୍ୟେକ ଦିନ ଅଧ ଘଣ୍ଟାରୁ ୪୫ ମିନିଟ୍‌ ପର୍ଯ୍ୟନ୍ତ ଖାଲି ପେଟରେ ବ୍ୟାୟାମ କରନ୍ତୁ । ଏହା ଦ୍ୱାରା ସାରା ଦିନ ଫୁର୍ତ୍ତି ଲାଗିବା ସଂଗେ ସଂଗେ ଦେହ ସୁସ୍ଥ ରହିବ ଓ ଚଳଚଂଚଳ ଲାଗିବ ।

୩. ବିଳମ୍ବ ନ କରି ସକାଳର ଜଳଖିଆ ଠିକ୍‌ ସମୟରେ ନିଅନ୍ତୁ । ଠିକ୍‌ ସମୟରେ ଜଳଖିଆ ନ ଖାଇବା ଦ୍ୱାରା ବହୁ ପ୍ରକାରର ଉଦର ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ଚିକିତ୍ସକମାନେ ମତ ଦିଅନ୍ତି ।

୪. ଜଳଖିଆରେ କେବେ ବି ତେଲ ଛଣା ଖାଦ୍ୟ କିମ୍ବା ମସଲା ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଏହାଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ । ପ୍ରତ୍ୟହ କିଛି ଫଳ ନିଶ୍ଚୟ ଖାଆନ୍ତୁ ।

୫. କାମ ବାହାନାରେ ଅନିଦ୍ରା ରୁହନ୍ତୁ ନାହିଁ । ଶରୀରକୁ ବିଶ୍ରାମ ଦେବା ନିହାତି ଆବଶ୍ୟକ । ରାତିରେ ଶୀଘ୍ର ଶୋଇ ସକାଳୁ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

Leave A Reply

Your email address will not be published.

16 − eleven =