ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଂଚଳରେ ସାଁସ୍ କାର୍ଯ୍ୟକ୍ରମ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଂଚଳରେ କେନ୍ଦ୍ର ସରକାର ଓ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସାଁସ୍ କାର୍ଯ୍ୟକ୍ରମ ପାଇଁ ପାଇକମାଲ ବ୍ଲକ ସ୍ଥିତ ସଭାଗୃହ ଠାରେ ଇତି ମଧ୍ୟରେ ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ତଥା ପୁରୁଷ ସ୍ୱକ୍ଷସ୍ଥ୍ୟକର୍ମୀ ମାନଙ୍କୁ ନେଇ ଏକ ତାଲିମ ଦିଆଯାଇଥିଲା । ପ୍ରାୟତଃ ଥଣ୍ଡା ସମୟରେ ଛୋଟ କଅଁଳ ଶିଶୁମାନଙ୍କୁ ନିମୋନିଆ ହଠାତ୍ ମାଡ଼ି ବସିଥାଏ, ତାକୁ ସଦା ସର୍ବଦା ନିରିକ୍ଷଣ ସାଙ୍ଗକୁ ଗ୍ରାମାଞ୍ଚଳରେ କାର୍ୟ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀ, ଆଶା ଦିଦି ତଥା ଅଂଗନୱକ୍ଷଡି କର୍ମୀମାନେ ଜନସାଧାରଣଙ୍କୁ ସଚେତନ କରିବା ସହିତ ଥଣ୍ଡାରୁ ଦୂରେଇ ରହିବାକୁ ପରାମର୍ଶ ଦେବାକୁ ତାଲିମରେ ନିୟୋଜିତ ପାଇକମାଲ ସରକାରୀ ଚିକିତ୍ସାଳୟର ଡାକ୍ତର ଶ୍ରୀଧର ପ୍ରଧାନ, ପିଏଚଇଓ ତୁସ କୁମାର ଚନ୍ଦ୍ରକାର ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଜଡିତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିପିଓ ବିଜୟ କୁମାର ସରାଫ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ବିଭିନ୍ନ ପଦ୍ଧତିରେ ତାଲିମ ପ୍ରଦାନ କରିଥିଲେ । ଫୁସଫୁସରେ ସଂକ୍ରମଣ ହେଲେ ନିମୋନିଆ ହୋଇଛି ବୋଲି ସନ୍ଦେହ କରିବା, ନିମୋନିଆର ଗୁରୁତ୍ୱପୂ‌ର୍ଣ୍ଣ ଲକ୍ଷଣ ଗୁଡ଼ିକ ହେଲା ଥଣ୍ଡା ସହ କାଶ ବଢିବା, ଦ୍ରୁତ ଗତିରେ ନିଶ୍ୱାସ ପ୍ରଶ୍ୱାସ ନେବା, ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ ଛାତି ତଳ ଭିତରକୁ ପଶିଯିବା, ପ୍ରବଳ ଜ୍ଜର ପରିଲକ୍ଷିତ ହେବା, ଖାଇପିଇ ନ ପାରିବା, ବାତ ମାରିବା ଲକ୍ଷଣ ସହ ନିସ୍ତେଜ କିମ୍ବା ଅତ୍ୟଧିକ ଶୋଇ ରହିବା ଏଭଳି ଲକ୍ଷଣ ଅନୁମାନ କିମ୍ବା ପରିଲକ୍ଷିତ ହେଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ କାଳବିଳମ୍ବ ନକରି ସରକାରୀ ଆମ୍ବୁଲାନ୍ସରେ ପଠାଇବାକୁ ଗ୍ରାମାଞ୍ଚଳରେ ସଚେତନ କରିବାକୁ ପି.ଏଚ.ଇ.ଓ ଶ୍ରୀ ଚନ୍ଦ୍ରକାର ପରାମର୍ଶ ଦେଇଛନ୍ତି ।

ନିମୋନିଆ ସଂକ୍ରମିତରୁ ରକ୍ଷା ପାଇବା ପାଇଁ ଶିଶୁର ଜନ୍ମ ପରେ ମା’ କ୍ଷୀର ପିଆଇବା, ଜନ୍ମ ଠାରୁ ୬ ମାସ ପର୍ୟ୍ୟନ୍ତ କେବଳ ମା’ କ୍ଷୀର ହିଁ ପ୍ରଦାନ କରିବା, ୬ ମାସ ପରେ ପରେ ମା’ କ୍ଷୀର ସହ ଘରୋଇ ପ୍ରସ୍ତୁତ ଖାଦ୍ୟ ଦେବାକୁ ଅଭ୍ୟସ୍ତ କରାଇବା, ପିଇବା ପାଣି ଘୋଡ଼ାଇ ରଖିବା ସଙ୍ଗେ ସଙ୍ଗେ ରୋଷେଇ କରିବା, ଖୁଆଇବା ପୂର୍ବରୁ ‌ହାତକୁ ସାବୁନରେ ଭଲ ଭାବରେ ଧୋଇବା, ଶିଶୁର ସମ୍ପୁର୍ଣ୍ଣ ଶରୀରକୁ ସଦାବେଳେ ଘୋଡ଼ାଇ ରଖିବା, ମୁଖ୍ୟତଃ ଶୀତ ଋତୁରେ ଗରମ ପୋଷାକ ଗୋଡ଼ ହାତ ମୋଜା ବ୍ୟବହାର, ଖାଲି ପାଦରେ ଚାଲିବାକୁ ମନାକରିବା, ଶିଶୁର ଶାରିରୀକ ବିକାଶ ସହିତ ସଂକ୍ରମିତ ରୋଗରୁ ନିଜ ଶିଶୁକୁ ରକ୍ଷା କରିବା ପାଇଁ ସମ୍ପୁର୍ଣ୍ଣ ଟୀକାକରଣ ସଠିକ ସମୟରେ କରାଇବା, ଘରେ ରୋଷେଇ ସମୟରେ ଧୂଆଁ ମୁକ୍ତ କରିବାକୁ ସମସ୍ତେ ଏଲପିଜି ଗ୍ୟାସ ବ୍ୟବହାର କରିବାକୁ ଡାକ୍ତର ଶ୍ରୀଧର ପ୍ରଧାନ ଘର ଘର ବୁଲି ନିଜ ନିଜ ଅଂଚଳରେ ମା’ ମାନଙ୍କୁ ସଚେତନତାର ବାର୍ତ୍ତା ଦେବାକୁ ଉପସ୍ଥିତ ସ୍ବାସ୍ଥ୍ୟକର୍ମୀ ତଥା ତାଲିମ ନେବାକୁ ଆସିଥିବା କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୬ଟି ଗ୍ରାମପଞ୍ଚାୟତରେ କାର୍ୟ୍ୟରତ ସ୍ବାସ୍ଥ୍ୟକର୍ମୀ, ଆଶା, ଅଙ୍ଗନୱାଡ଼ି କର୍ମୀ ମାନେ ଘର ବୁଲି ମା’ ମାନଙ୍କୁ ସଚେତନ କରିବାରେ ଲାଗିପଡିଛନ୍ତି । ସରକାରଙ୍କ ଏ ମହତ ପ୍ରୟାସ ପାଇଁ ସାଧାରଣରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.