ଗୋବର୍ଦ୍ଧନ ଆଶ୍ରମରେ ୨ ସାଧୁଙ୍କ ସନ୍ଦେହଜନକ ମୃତ୍ୟୁ, ତୃତୀୟ ଜଣଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ମଥୁରାର ଗୋବର୍ଦ୍ଧନ ଆଶ୍ରମରେ ଦୁଇ ସାଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାଧୁଙ୍କ ଅବସ୍ଥା ଗୁରୁତର ରହିଥିବା ଖବରରେ କୁହାଯାଇଛି । ଦୁଇ ସାଧୁଙ୍କର ସନ୍ଦେହଜନକ ମୃତ୍ୟୁଚୁ ନେଇ ନାନା ପ୍ରକାର ଚର୍ଚ୍ଚା ଚାଲିଛି । ସୂଚନା ଅନୁସାରେ ତିନି ସାଧୁ ଗୋବର୍ଦ୍ଧନ ମାର୍ଗର ଗିରିରାଜ ବଗିଚା ପଛରେ ଜଙ୍ଗଲରେ ଅବସ୍ଥିତ ଆଶ୍ରମରେ ରହୁଥିଲେ । ସେମାନେ ସକାଳେ ଚା ପିଇଥିଲେ । ଚା’ ରେ ବିଷାକ୍ତ ମିଶ୍ରଣର ସମ୍ଭାବନା ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି । ପୋଲିସ ମୃତ ଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.