ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦକୁ ଘେରିବାରୁ ପାକିସ୍ତାନକୁ ରକ୍ଷା କରିବାକୁ ଓହ୍ଲାଇଲା ଚୀନ୍

ଇସଲାମାବାଦ : ଆତଙ୍କବାଦକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ଉପରେ ବର୍ଷିବା ସମୟରେ ପାକିସ୍ତାନର ଘନିଷ୍ଠ ବନ୍ଧୁ ଚୀନ୍ ସାହାଯ୍ୟ କରିବାକୁ ତୁରନ୍‌ନ୍ତ ଓହ୍ଲାଇ ଆସିଛି । ଆତଙ୍କବାଦ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅନ୍ତର୍ଜାତୀୟ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନକୁ ଚୀନ୍‌ ପ୍ରଶଂସା କରିଛି। ବିଶ୍ୱ ଆତଙ୍କବାଦ ବିରୋଧରେ ସାକରାତ୍ମକ ଅବଦାନ ଦେଇଥିବା କହି ଚୀନ୍ ପାକିସ୍ତାନକୁ ପ୍ରଶଂସା କରିଛି ।

ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିଜିୟାନ ଜାଓ କହିଛନ୍ତି ଯେ, ଆତଙ୍କବାଦ ବିରୋଧୀ ଭୂମିକା ଗ୍ରହଣ କରିଥିବାରୁ ପାକିସ୍ତାନକୁ ଚୀନ୍‌ ପ୍ରଶଂସା କରୁଛି ଏବଂ ଆତଙ୍କବାଦୀ ବାହିନୀ ଉପରେ କାର୍ୟ୍ୟାନୁଷ୍ଠାନ ପାଇଁ ପାକିସ୍ତାନକୁ ସମର୍ଥନ କରୁଛି । ଏହା ନିରାଟ ସତ ଯେ, ଚୀନ୍‌ ନିଜକୁ ପାକିସ୍ତାନର ଘନିଷ୍ଠ ବନ୍ଧୁ ଭାବରେ ସବୁବେଳେ ବର୍ଣ୍ଣନା କରି ଆସିଛି ଏବଂ ଅତୀତରେ ପାକିସ୍ତାନକୁ ରକ୍ଷା କରିଆସୁଛି ।

Leave A Reply

Your email address will not be published.