oom

ଡେଲାଙ୍ଗରେ ୧୨୫୫ ଜଣ ଛାତ୍ରଛାତ୍ରୀ ଦେଲେ ମାଟ୍ରିକ ପରୀକ୍ଷା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୋଭିଡ କଟକଣା ମଧ୍ୟରେ ଡେଲାଙ୍ଗରେ ୮ଟି ପରୀକ୍ଷା କେନ୍ଦ୍ରରେ ୧୨୫୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ବ୍ୟବସ୍ଥା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଗତକାଲି ଆରମ୍ଭ ହୋଇଯାଇଛି । ୧୩୦୦ ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୫୫ ଜଣ ପରୀକ୍ଷାର୍ଥୀ ଡେଲାଙ୍ଗର ୮ଟି ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ର ଘୋରଡିଆ ନୋଡାଲ ହାଇ ସ୍କୁଲ, ମହତାବ ହାଇ ସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବେରବୋଇ ସରକରୀ ଉଚ୍ଚ ବିଦ୍ୟାଳୟ, ରଧାକାନ୍ତ ବିଦ୍ୟାପୀଠ, ସୋମନାଥ ଦେବ ଉଚ୍ଚ ବିଦ୍ୟାପୀଠ, ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ, କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଓ ୪୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି ବୋଲି ବିଇଓ ନିରଞ୍ଜନ ପାତ୍ର ଓ ଏବିଈଓ ଯୁଧିଷ୍ଠିର ପରିଡ଼ାଙ୍କ ଠାରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.