ନବବର୍ଷ ପାଳନ ଅବସରରେ ବୈଦିକ ଯଜ୍ଞ ଓ ଶୀତ ବସ୍ତ୍ର ବଣ୍ଟନ ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

  • ସମାଜରେ ନାରୀମାନଙ୍କ ଭୂମିକା ଅତୁଳନୀୟ : ଆର୍ୟ୍ୟ ସମାଜ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀର କୌଶଲ୍ୟା ଫାଉଣ୍ଡେସନ, ଓଟିଏସ୍‌ଏ ପାଟଣାଗଡ଼, ଏସ୍‌ବିଆଇ ଓ ଉତ୍କଳ ଗ୍ରାମୀଣ କିସ୍କୋ ବ୍ୟାଙ୍କିଙ୍ଗଙ୍କ ମିଳିତ ତତ୍ତ୍ଵାବଧାନରେ ନବବର୍ଷ ୨୦୨୨ ପାଳନ ଅବସରରେ ବୈଦିକ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆର୍ଯ୍ୟ ସମାଜ ପ୍ରଚାରକ ଯୁଧିଷ୍ଠିର ଆର୍ଯ୍ୟ ଓ ଋଷିଦେବ ଆର୍ଯ୍ୟଙ୍କ ଦ୍ଵାରା ଏକ କୁଣ୍ଡିୟ ଯଜ୍ଞ କାର୍ଯ୍ୟ ହୋମ ଆହୁତି ବେଦ ପାଠ ସହ ସମ୍ପାଦନ କରାଯାଇଥିଲା । ପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ସମାଜସେବୀ ମିନକେତନ ପ୍ରଧାନ, ସୁନା ରାମ ପୁଟେଲ, ଅମର ବରିହା, ସାମ୍ବାଦିକ ଗୋରେଖନାଥ ବରିହା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଆର୍ଯ୍ୟ ସମାଜ ପ୍ରଚାରିକା ଶ୍ରଦ୍ଧେୟା ପ୍ରଜ୍ଞା ଦେବୀ ମେହେର ଯୋଗଦେଇ ନାରୀମାନଙ୍କ ଉପରେ ଆଧାରିତ ପ୍ରବଚନ ଦେଇଥିଲେ । ସମାଜରେ ନାରୀମାନଙ୍କ ଭୂମିକା ଅତୁଳନୀୟ । ନାରୀ କିପରି ସଂସ୍କାରିତ ହୋଇ ସୁସନ୍ତାନ ଗଠନ କରିପାରିବେ ସେ ଉପରେ ବିଶଦ ଭାବରେ ଆଲୋକପାତ କରିଥିଲେ । ସମାଜରେ ନାରୀମାନଙ୍କ ପ୍ରତି ଅତ୍ୟାଚାର, ଭୃଣ ହତ୍ୟା, ନିର୍ଯ୍ୟାତନା ସାଙ୍ଗକୁ ବଧୁ ହତ୍ୟା ଘଟୁଛି । ଏଣୁ ସମାଜରେ ସଂସ୍କାର ଆଣିବାକୁ ବୈଦିକ ଯଜ୍ଞର ଆବଶ୍ୟକତା ।ହିଛି ବୋଲି କହିଥିଲେ । ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଗ୍ରାମର ପ୍ରାୟ ୨୫ ଜଣ ଅସହାୟ ଗରିବ ବୃଦ୍ଧବୃଦ୍ଧାମାନଙ୍କୁ କମଳ ବଣ୍ଟନ କରାଯାଇଥିଲା । କୌଶଲ୍ୟା ଫାଉଣ୍ଡେସନ ଓ ଓଟିଏସ‌‌‌୍‌ର ସଂଯୋଜକ ସଞ୍ଜିବ କୁମାର ପୁଟେଲ, ବବିତା ପୁଟେଲ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ଉତ୍କଳ ଗ୍ରାମୀଣ କିଓସ୍କୋ ବ୍ୟାଙ୍କିଙ୍ଗ ପରିଚାଳକ ରାଜିବ କୁମାର, ନର୍ସ ତଥା ସ୍ବେଚ୍ଛାସେବୀକା ପୁଟେଲ, ପ୍ରଗତି ପୁଟେଲ, ଉମାକାନ୍ତ ପୁଟେଲ ତାଙ୍କ ଧର୍ମପତ୍ନୀ କଲାବତି ପୁଟେଲ ପ୍ରମୁଖ ଯଜ୍ଞ କର୍ତ୍ତା ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ । ନୂତନ ବର୍ଷରୁ ଆରମ୍ଭ କରାଯାଇଥିବା ସେବା ସପ୍ତାହ କାର୍ୟ୍ୟକ୍ରମ ଶୀତବସ୍ତ୍ର ବଣ୍ଟନ ଆସନ୍ତା ଜାନୁଆରୀ ୭ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ଗ୍ରାମର ଅସହାୟ ଗରିବ ବୃଦ୍ଧ ବୃଦ୍ଧାମାନଙ୍କୁ କମଳ ବଣ୍ଟନ କରାଯାଇଯିବ ବୋଲି ଅନୁଷ୍ଠାନର ସଂଯୋଜକ ସଞ୍ଜିବ କୁମାର ପୁଟେଲ ସୂଚନା ଦେଇଛନ୍ତି । ଏଥିରେ ଗ୍ରାମ ଓ ଅନ୍ୟ ପଡୋଶୀ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଅନୁଷ୍ଠାନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ କାର୍ୟ୍ୟକ୍ରମକୁ ଶୀତ ବସ୍ତ୍ର ପାଇଥିବା ଅସହାୟ ଗରିବ ବୃଦ୍ଧବୃଦ୍ଧା ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିବା ସହ ଦୀର୍ଘାୟୁ କାମନା କରିଛନ୍ତି । ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଆର୍ଯ୍ୟ ସମାଜ ପ୍ରଚାରକ କେଶବ ଚନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.