oom

ଭାରତ ଭ୍ରମଣରେ ବାହାରିଥିବା ସାଇକେଲ ଯାତ୍ରୀଙ୍କୁ ଉତ୍ସାହିତ କଲେ ଯୁବନେତା ସୁଧିର ପାଢ଼ୀ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ୧୬ ନମ୍ବର ଜାତୀୟ ରାଜପଥରେ ଭାରତ ଭ୍ରମଣରେ ବାହାରିଥିବା ଜୈନେକ ସାଇକେଲ ଯାତ୍ରୀଙ୍କୁ ସ୍ଥାନୀୟ ଯୁବନେତା ସୁଧିର କୁମାର ପାଢୀ କିଛି ଆର୍ଥିକ ସହାୟତା କରିବା ସହ ଲମ୍ବା ରାସ୍ତା ସଫଳତାର ସହ ସେ ଅତିକ୍ରମ କରନ୍ତୁ ବୋଲି ତାଙ୍କର ମଙ୍ଗଳ କାମନା କରିଥିଲେ । ସାଇକେଲ ଯାତ୍ରୀ ନିଖିଳ କାଶ୍ୟପ(୨୯) ଝାଡ଼ଖଣ୍ଡ ରାଜ୍ୟର ଦେଓଘର ଅଞ୍ଚଳ ଯୁବକ ବାବାଧାମ ନିକଟରୁ ସାଇକେଲରେ ଗତ ସେପ୍ଟେମ୍ବର ମାସ ୨୩ ତାରିଖରୁ ଭାରତ ଭ୍ରମଣରେ ବାହାରିଥିବା ଜଣାପଡିଛି । ସେ ଓଡିଶା ପରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଦେଇ କନ୍ୟାକୁମାରୀରେ ପହଞ୍ଚିବା ପରେ କେରଳ, ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଦେଇ ନିଜ ଗ୍ରାମ ଅଭିମୁଖେ ଫେରିବାକୁ ଲକ୍ଷ ରଖିଛନ୍ତି ବୋଲି ପ୍ରକାଶ କରିଥିଲେ । ସେ ଏହି ଭାରତ ଭ୍ରମଣ ଅବସରରେ ବିଭିନ୍ନ ଜ୍ୟୋତିର୍ଲିଙ୍ଗ ଓ ଶୈବପୀଠମାନଙ୍କୁ ଯାଇ ମହାଦେବଙ୍କ ଆଶ୍ରିବାଦ ଭିକ୍ଷା କରିବେ ବୋଲି କହିଛନ୍ତି । ଲେକେ ଏରୋପ୍ଲେନ, ଟ୍ରେନ ଓ ବସ ଭାରତ ଭ୍ରମଣ କରିଥିବା ବେଳେ ସାଇକେଲ ଯାତ୍ରା କରିବା ନିଆରା ଅନୁଭୂତି ଆଣିବ ବୋଲି ସେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଗଞ୍ଜାମ ପ୍ରେସ କ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା, ସଭାପତି ଶବର କୁମାର ତରାଇ, ସମ୍ପାଦକ ବିଦ୍ୟାଧର ସାହୁ, ରାକେଶ ରଞ୍ଜନ ଦାଶ, ମନୋଜ ପ୍ରଧାନ ପ୍ରମୁଖ ପ୍ରେସ କ୍ଳବ କର୍ମକର୍ତ୍ତା ଓ ସଦସ୍ୟମାନେ ତାଙ୍କୁଭେଟି ତାଙ୍କର ଭାରତ ଭ୍ରମଣ ଯାତ୍ରା ସଫଳ ହେଉ ବୋଲି ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.