ସହରରେ ଟ୍ରାଫିକ ସମସ୍ୟା ବୁଝୁଛନ୍ତି ଗାଈଗୋରୁ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଜନଗହଳିପୂର୍ଣ୍ଣ ରାସ୍ତାକୁ ପଦ୍ମପୁର ସହରରେ ଗାଈଗୋରୁ ବୁଝୁଛନ୍ତି ପରି ମନେହୁଏ । କାରଣ ବିଭିନ୍ନ ପତ୍ରପତ୍ରିକାରେ ବାରମ୍ବାର ଏସମ୍ପର୍କରେ ସ୍ଥାନୀୟ ପ୍ରଶାସନଙ୍କୁ ଚେତାଇ ଆସୁଥିଲେ ସୁଦ୍ଧା କୌଣସି ପ୍ରତିକାର ଏଯାଏଁ ଆଖିଦୃଶିଆ କରାଯାଇନି ।

ସହରର ମୁଖ୍ୟ ବିଜୁ ଏକ୍ସପ୍ରେସ ୱେ ଉପରେ ଶୋଇ ରହୁଛନ୍ତି ଶତାଧିକ ଗାଇଗୋରୁ । ଯଦ୍ୱାରା ବିଭିନ୍ନ ସମୟରେ ଅନେକ ଦୁର୍ଘଟଣା ମାନ ଘଟି ଚାଲିଛି । ଲୋକେ ଗାଈଗୋରୁ ପୋଷିଛନ୍ତି ସତ, କିନ୍ତୁ ଯତ୍ନ ନାହିଁ । ତାକୁ ଆକଟ କରିବା ପାଇଁ ସ୍ଥାନୀୟ ବିଜ୍ଞାପିତ ଅଂଚଳ ପରିଷଦର ଆନ୍ତରିକତା ନାହିଁ କହିଲେ ଚଳେ । ଏଭଳି ଏକ ସୁନ୍ଦର ପଦ୍ମପୁର ସହରର ଟ୍ରାଫିକକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ମୁଣ୍ଡରେ ପୂରାଇ ସ୍ଥାୟୀ ସମାଧାନ ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହୁଏ ।

Leave A Reply

Your email address will not be published.