ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ମେକର ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଆଜି ଦେବେ ଏଫଆଇଆର୍‌

ମୁମ୍ବାଇ : ଜଣାଶୁଣା ବଲିଉଡ଼୍‌ ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ମେକର୍‌ ଅନୁରାଗ କଶ୍ୟପଙ୍କ ଉପରେ ନିକଟରେ ଯୌନ ଶୋଷଣ ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍‌ କରି ଜଣାଇଥିଲେ । ତେବେ ଆଜି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଏଫଆଇଆର୍‌ ଦର୍ଜ କରିବେ ବୋଲି ସୂଚନା ମିଳିଛି । ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର ପରିସରକୁ ଅକ୍ତିଆର କରି ସାରିଛି । ଏହାକୁ ଫିଲ୍ମ ମେକର୍‌ ଅନୁରାଗ କଶ୍ୟପ ଏହା ମିଥ୍ୟା ଆରୋପ ବୋଲି କହିଛନ୍ତି । ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଓକିଲ ପ୍ରିୟଙ୍କା ଖିମାଣୀ ଏକ ଷ୍ଟେଟ୍‌ମେଣ୍ଟ ଜାରି କରିବାକୁ ଯାଇଛି କହିଛନ୍ତି ଯେ, ମୋର କ୍ଲାଇଣ୍ଟ୍‌ ଅନୁରାଗ କଶ୍ୟପଙ୍କୁ ଯୌନ ଉତ୍ପୀଡ଼ନ ଆରୋପ ଲଗାଯିବା ଯୋଗୁଁ ମାନସିକ ଆଘାତ ହୋଇଛି । ଏହି ସବୁ ଆରୋପ ମିଥ୍ୟା ଏବଂ ଉଦ୍ଦେଶ୍ୟମୂଳକ ଭାବେ ଲଗାଯାଇଛି ।

Leave A Reply

Your email address will not be published.