jayashree

ଦୁଇ ଜଣ କର୍ମଚାରୀଙ୍କ ଭରସାରେ ଚାଲିଛି ବାଇଶି ଖଣ୍ଡ ଗାଁର ଡାକସେବା

ବୈପାରୀଗୁଡ଼ା/କୋରାପୁଟ, (କେପିଏନ୍‌ଏସ୍‌) : ଗ୍ରାମାଞ୍ଚଳରେ ଆଜି ବି ଡାକଘର ଲୋକଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବୈପାରୀଗୁଡ଼ା ଡାକଘରରେ ମୌଳିକ ସୁବିଧାର ଅଭାବ ଯୋଗୁଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ଡାକଘର ପାଇଁ ପଞ୍ଚାୟତ ପକ୍ଷରୁ ଭବନ ଯୋଗାଇ ଦିଆଯାଇଛି । ହେଲେ ପର୍ୟ୍ୟାପ୍ତ ବିଦ୍ୟୁତ୍ ଓ ନିୟମିତ ନେଟୱର୍କ ସୁବିଧା ନଥିବାରୁ ଅନଲାଇନ୍ କାର୍ୟ୍ୟ କରିବାରେ କର୍ମଚାରୀମାନେ ସମସ୍ୟାରେ ପଡ଼ୁଛନ୍ତି । ମାତ୍ର ଦୁଇଜଣ କର୍ମଚାରୀଙ୍କ ଭରସାରେ ଚାଲିଛି ଏହି ଡାକଘର । ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଲୋକଙ୍କୁ ଡାକ ସେବା ପ୍ରଦାନ କରାଯାଉଛି । ଏହି ଡାକଘର ଉପରେ ୨୨ଟି ଗାଁର ୨ ହଜାରରୁ ଅଧିକ ଖାତାଧାରୀ ନିର୍ଭରଶୀଳ । ତେଣୁ ଡାକଘରରେ ନିୟମିତ ବିଦ୍ୟୁତ୍, ଉନ୍ନତ ନେଟୱର୍କ, ଆବଶ୍ୟକୀୟ ଉପକରଣ ଏବଂ ପର୍ୟ୍ୟାପ୍ତ କର୍ମଚାରୀ ନିଯୁକ୍ତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏହା ଦ୍ୱାରା ଗ୍ରାମାଞ୍ଚଳର ଲୋକଙ୍କୁ ନିରବଚ୍ଛିନ୍ନ ଓ ସୁବିଧାଜନକ ଡାକ ସେବା ମିଳିପାରିବ ।

Leave A Reply

Your email address will not be published.