ଠିଆ ହୋଇଥିବା ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଆଉ ଗୋଟିଏ ଟ୍ରକ୍ : ଡ଼୍ରାଇଭର ଆହତ, ହେଲ୍‌ପର୍‌ ଗୁରୁତର

ତରଭା, (ଜିତେନ୍ଦ୍ର ସା) : ଆଜି ତରଭା ନିକଟସ୍ଥ ସୋନପୁର ବଲାଙ୍ଗିର ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌ର ପଛପଟୁ ଧକ୍କା ଦେଇଛି ଆଉ ଗୋଟିଏ ଟ୍ରକ୍ । ପଛରୁ ପିଟିଥିବା ଟ୍ରକ୍‌ଟି ସୋନପୁରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ପଛ ପଟୁ ପିଟିଥିବା ଟ୍ରକର ଆଗ ପଟ ଭାଙ୍ଗି ରୁଜି ଚୁର୍‌ମାର୍‌ ହୋଇଯାଇଛି । ଫଳରେ ଟ୍ରକ୍‌ରେ ବସିଥିବା ଡ୍ରାଇଭର ସାମାନ୍ୟ ଗୁରୁତର ହୋଇଥିବା ବେଳେ ହେଲପର ଜଣଙ୍କର ଗୋଡ଼ ଭାଙ୍ଗି ବିଶେଷ ଭାବରେ ଗୁରୁତର ହୋଇଛନ୍ତି । ପ୍ରଥମେ ତାଙ୍କୁ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ପୁଣି ହେଲପର ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳୁଛି ।

Leave A Reply

Your email address will not be published.