csstore

ମହିମୁଣ୍ଡାରେ କିଶୋର ନ୍ୟାୟ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମହିମୁଣ୍ଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଉପରେ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ପଧାନଙ୍କ ସଭାପତିତ୍ୱରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅରୁଣ ଖୁଆସ କିଶୋର ନ୍ୟାୟ ଆଇନ, ସମାଜର ଲିଙ୍ଗଗତ ବୈଷମ୍ୟ ଉପରେ ଆଇନଗତ ଦିଗ ଗୁଡ଼ିକ ଉପରେ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଅଧକ୍ଷ ଶିଶୁ ମଙ୍ଗଳ ସମିତିର ଯୁଗେଶ୍ୱର ମହାନ୍ତି ପୋସ୍କୋ ଆଇନ ଉପରେ ଆଇନଗତ ପରାମର୍ଶ ପ୍ରଦାନ କରିଥିଲେ । ଶିଶୁମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ଯଥା ଶିଶୁ ମଙ୍ଗଳ ସମିତି, ଚାଇଲ୍ଡ ଲାଇନ୍‌, ଶିଶୁ ଯତ୍ନ ଅନୁଷ୍ଠାନର ଥଇଥାନ ତଥା ଆଇନର ବିରୁଦ୍ଧାଚରଣ କରୁଥିବା ୧୮ ବର୍ଷରୁ କମ୍‌ ଶିଶୁଙ୍କ ପାଇ ସ୍ଵତନ୍ତ୍ର ପୋଲିସ ୟୁନିଟ, କିଶୋର ନ୍ୟାୟ ପରିଷଦ ଉପରେ ମତବ୍ୟକ୍ତ କରିଥିଲେ । କେବଳ ଝିଅମାନଙ୍କ ପାଇଁ ଥିବା ସୁଦକ୍ଷ ଯୋଜନାରେ ଶିଳ୍ପ ତାଲିମ, ଇଞ୍ଜିନିୟରିଂ (ପଲିଟେକ୍‌ନିକ୍‌)ରେ ମାଗଣାରେ ପାଠ ପଢ଼ିବା ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଜଣାଇଥିଲେ । ପୁଇଁତଲାର ଇନ୍ସପେକ୍ଟର ସବ୍ୟସାଚୀ ପଧାନ ପୋଲିସର ଭୂମିକା ଉପରେ ସଚେତନ କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.