csstore

ବଲାଙ୍ଗିର ଫ୍ରେଣ୍ଡ୍‌ସ୍ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ସିଭିଲ୍‌ କୋର୍ଟ ନିକଟସ୍ଥ ଫ୍ରେଣ୍ଡ୍‌ସ୍‌ କ୍ଲବ ସଂଘ ପକ୍ଷରୁ ଚଳିତ ୬ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପୃଥିୀରାଜ ହାଇସ୍କୁଲ ପଡିଆଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାର ଆଠ ଗୋଟି ଫୁଟ୍‌ବଲ୍‌ ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ । ପୂର୍ବରୁ ଏହି ଅନୁଷ୍ଠାନର ସଦସ୍ୟମାନେ ପୃଥୀରାଜ ବିଦ୍ୟାଳୟ ଓ ପଡିଆକୁ ନେଇ ଅନେକ ଉନ୍ନତିର ତଥା ବର୍ତ୍ତମାନର ଯୁବପିଢିକୁ ଅନେକ ବିକାଶର ଚିନ୍ତାଧାରା ରଖି ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଛନ୍ତି । ଉଦ୍‌ଘାଟନୀ ଦିନରେ ବଲାଙ୍ଗିର ଏଫ୍‌ସି ଏବଂ ଏଥ୍‌ଲେଟିକ୍‌ ଏସୋସିଏସନ୍‌ ବରଗଡ ଜିଲ୍ଲାର କଦଳୀପାଲି ସହିତ ୩ଟା ସମୟରେ ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ସେମିଫାଇନାଲ ଚଳିତ ମାସ ୮ ତାରିଖ ଓ ଦ୍ୱିତୀୟ ସେମିଫାଇନାଲ ୧୧ ତାରିଖରେ ହେଉଥିବା ବେଳେ ଫାଇନାଲ୍‌ ଖେଳଟି ଚଳିତ ମାସ ୧୨ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ବଲାଙ୍ଗିର ବିଭିନ୍ନ ଅନୁଷ୍ଠାନର ସଦସ୍ୟ ସଦସ୍ୟା, ବଲାଙ୍ଗିର ବୁଦ୍ଧିଜୀବୀ ଏବଂ ଯୁବପିଢି ସାମିଲ ହୋଇ ସହେଯାଗ କରୁଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଲୋଟସ ଷଢଙ୍ଗୀ ସୁଚନା ଦେଇଛନ୍ତି । ଆଜିର ଏହି ସମ୍ମିଳନୀରେ ସାଧାରଣମ୍ପାଦକ ଜଗନ୍ନାଥ ମିଶ୍ର, ପ୍ରଭାକର ମିଶ୍ର, ପବିତ୍ର ଖୁଣ୍ଟିଆ, ସୁନୀଲ ବିଶ୍ୱାଲ, ମନୋଜ କୁମାର ମିଶ୍ର, କମ୍ଭୁ ତ୍ରୀପାଠୀ, ରଞ୍ଜିତ ବେହେରା, ରଞ୍ଜିତ ବେହେରା, ସନ୍ତୋଷ ପାଢୀ, ଏନ୍‌. ଏସ୍‌. ନାଇଡୁ, ପୂର୍ଣ୍ଣ ତ୍ରିପାଠୀ, ଜୟନାରାୟଣ ବହିଦାର, ପୃଥୀରାଜ ବେହେରା, ମଧୁ ବନଛୋର, ବୈକୁଣ୍ଠ ଜେନା, ସୁଦର୍ଶନ ସେଠ, ଲକ୍ଷ୍ମୀ ସ୍ୱାଇଁ, କୃଷ୍ଣଚନ୍ଦ୍ର ମିଶ୍ର, ବୁଦ୍ଧିରାଜ ବିଶ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.