csstore

ସମାଜସେବୀଙ୍କ ବସ୍ତି ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ହାତିବନ୍ଧା ପଞ୍ଚାୟତର ଉପରବାଲିଯୋଡି ଅଞ୍ଚଳ ବୁଲିବା ସମୟରେ ପୁନର୍ବାର ଏକ ଅସହାୟ ପରିବାରକୁ ଭେଟିଥିଲେ । ଏହି ପରିବାର ମୁଖ୍ୟ ଗୁଲବଦନ କିସାନ ଯିଏକି ନିଜ ଜୀବନ ଜୀବିକାରେ ଏକ କ୍ଷୁଦ୍ର ବ୍ୟବସାୟୀ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ସେ ଦୀର୍ଘ ୧୫ ବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ପଡିରହିଛନ୍ତି । ନା ଅଛନ୍ତି ପୁଅ ନା ଅଛନ୍ତି ଝିଅ । ବୃଦ୍ଧବୃଦ୍ଧା ଦୁଇ ଜଣ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହୋଇ ଅସହାୟ ଅବସ୍ଥାରେ ପଡିରହିଛନ୍ତି । ରହିବାର ସ୍ଥିତି ମଧ୍ୟ ବହୁତ ଶୋଚନୀୟ । ନା ଅଛି ଚାଳ ଘର ନା ଅଛି ଖପରା ଘର । ଜରି ଟାଣି ଜୀବନକୁ ବାଜି ଲଗାଇ ଜୀବନ ଜାପାନ କରୁଛନ୍ତି । ଏପରି ପରିସ୍ଥିତିରେ ପୂର୍ବରୁ ଶ୍ରୀ ସେଠୀ ଆସ ଆମେ ବସ୍ତିକୁ ଯିବା କାର୍ଯ୍ୟକ୍ରମରେ ଭେଟି ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଣ୍ଠିରୁ କିଛି ଅର୍ଥ ପାଣ୍ଠି ସରକାରଙ୍କ ସହାୟତାରେ ସାହାଯ୍ୟ ସହଯୋଗ ମଧ୍ୟ କରିଥିଲେ । କିନ୍ତୁ ଆଜି ଲାଠିକଟା ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଭେଟି ଏହି ଗରିବ ଲୋକଟିର ବାବଦରେ ସବିଶେଷ ତଥ୍ୟ ଦେବା ସହିତ କିପରି ଏକ ବିଜୁ ପକ୍କା ଘର ପାଇପାରିବ ଏବଂ କିପରି ଅସହାୟ ପରିବାରଟି ଅସୁବିଧାରୁ ଉଦ୍ଧାର ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ନିବେଦନ କରିଥିଲେ ।

jayashree
Leave A Reply

Your email address will not be published.