ପଖନମୁଣ୍ଡା ବିଦ୍ୟାଳୟ ପାଇବ ପ୍ରକୃତି ମିତ୍ର ପୁରସ୍କାର

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ସୋମବାର ୨୯ ମଇ ୨୩ ଦିନ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଠାରୁ ପ୍ରକୃତି ମିତ୍ର ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ପତ୍ର ଅନୁସାରେ ଜୁନ ମାସ ୫ତାରିଖ ବିଶ୍ୱ ପରିବଶ ଦିବସ ଅବସରରେ ଲୋକ ସେବା କନ୍‌ଭେନସନ୍‌ ହଲ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ପ୍ରମାଣପତ୍ର ଓ ଚେକ୍‌ ପ୍ରଦାନ କରାଯିବ । ପ୍ରକାଶ ଥାଉକି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶ ବିଦ୍ୟାଳୟରେ ବର୍ଷ ତମାମ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସହିତ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟାମାନଙ୍କୁ ନେଇ ବୃକ୍ଷରୋପଣ, ବନାଗ୍ନି ରୋକିବା, ରକ୍ତଦାନ, ନିଶାଦ୍ରବ୍ୟ ସେବନ ନ କରିବା, ପ୍ଲାଷ୍ଟିକ ବ୍ୟବହାର ନକରିବା, ବାଲ୍ୟବିବାହ ନକରିବା, ଜୈବିକ ସାର ପ୍ରୟୋଗ କରିବା ଉପରେ ଅନେକ କାମ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ଦାଶ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ସମୟରେ ମଧ୍ୟ ତାଙ୍କର ଏତାଦୃଶ କାର୍ଯ୍ୟକୁ ଦେଖି ୨୦୧୯ ମସିହାରେ ସରକାରଙ୍କ ଠାରୁ ମାଝୀପଡା ବିଦ୍ୟାଳୟକୁ ପ୍ରକୃତି ମିତ୍ର ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ପଖନମୁଣ୍ଡା ବିଦ୍ୟାଳୟ ମନୋନୀତ ହୋଇଥିବାରୁ ବିଦ୍ୟଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା, ଅଭିଭାବକ ତଥା ଗ୍ରାମବାସୀ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.