ରାୟଗଡ଼ା ଜିଲ୍ଲା ମହିଳା ବିଜୁ ଜନତା ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ

ଗୁଣୁପୁର, (ନବୀନ ଚନ୍ଦ୍ର ନାୟକ) : ରାୟଗଡ଼ା ଜିଲ୍ଲା ସଦରମହକୁମା ସର୍କିଟହାଉସ ଠାରେ ଜିଲ୍ଲା ମହିଳା ବିଜୁ ଜନତା ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ରାୟଗଡ଼ା ଜିଲ୍ଲା ମହିଳା ବିଜୁ ଜନତା ଦଳର ପର୍ୟ୍ୟବେକ୍ଷିକା ସ୍ନିଗ୍ଧା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଆସି ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ । ଏହି ମହିଳା ସମୀକ୍ଷା ବୈଠକ ପ୍ରଥମ ଥର ପାଇଁ ହୋଇଥିଲା । ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କ ବିଭିନ୍ନ କ୍ଷେତ୍ରରେ ସାମିଲ କରିବାକୁ ପର୍ୟ୍ୟବେକ୍ଷିକା ମତ ରଖିଥିଲେ । ଆଗାମୀ ଦିନରେ ବହୁସଂଖ୍ୟକ ମହିଳାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଉପସ୍ଥିତ କର୍ମକର୍ତ୍ତା କହିଥିଲେ ।

ଆଜିର ବୈଠକରେ ଜିଲ୍ଲାର ୧୧ଟି ବ୍ଲକର ଅଧ୍ୟକ୍ଷା, ଉପାଧ୍ୟକ୍ଷା, ଗୁଣୁପୁର ଓ ରାୟଗଡା ପୌର ପରିଷଦର ମହିଳା କାଉନସିଲର, ଗୁଡାରୀ ବିଜ୍ଞାପିତ ପରିଷଦର ମହିଳା କାଉନସିଲର, ଜିଲା ପରିଷଦ ସଭ୍ୟା ତଥା ପ୍ରତି ବ୍ଲକରୁ ୨ ଜଣ ଲେଖାଏଁ ଅଗ୍ରଣୀ ସଭ୍ୟା ଯୋଗ ଦେଇଥିଲେ । ଅଗାମୀ ଦିନରେ ବ୍ଲକ ଓ ପଂଚାୟତ ସ୍ତରରେ ମହିଳା କମିଟି ଗଠନ କରାଯାଇ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରି ନବୀନ ବାବୁଙ୍କ ମହିଳାଙ୍କ ନିମନ୍ତେ ରହିଥିବା ଯୋଜନାକୁ ଫଳପ୍ରସୁ କରିବାକୁ ଉପସ୍ଥିତ କର୍ମକର୍ତ୍ତା ମତପୋଷଣ କରିଥିଲେ ।

ଆଜିର ବୈଠକରେ ବିଜେଡି ମହିଳା ସଭାପତି ଅନସୁୟା ମାଝୀ, ବିଜେଡି ରାଜ୍ୟ ସମ୍ପାଦିକା ସୁଜାତା ପାଳ, ବିଜେଡି ରାଜ୍ୟ ଉପସଭାପତି ଲାଲବିହାରୀ ହିମିରିକା, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ କୃଷକ ଜନତା ଦଳ ରାଜ୍ୟ ସମ୍ପାଦକ ତିରୁପତି ବନାଗାଡି ତଥା ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଯୋଗ ଦେଇଥିଲେ ।

Leave A Reply

Your email address will not be published.