ଅଜଣା ରୋଗ ପୋକ ଚିନ୍ତାରେ ଚାଷୀ : ପ୍ରଶାସନର ତତ୍ପରତା : ଚାଷ ଜମିକୁ ଯାଇ ଅନୁଧ୍ୟାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କିଛି ସ୍ଥାନରେ ଭଲ ବର୍ଷା ହୋଇ ଥିବାବେଳେ ଭଲ ଅମଳ ହେବ ବୋଲି ଚାଷୀ ଆଶା ରଖିଥିଲା । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ଅଜଣା ରୋଗ ପୋକ ଯୋଗୁଁ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ । ଏନେଇ ‘କୋଶଲ ପ୍ରବାହ’ରେ ଗତ ୧୪/୯ ତାରିଖ ଦିନ ଖବର ପ୍ରସାରିତ ହେବା ପରେ କୃଷି ବିଭାଗ ପକ୍ଷରୁ ତତ୍ପରତା ଦେଖାଦେବା ସହ ଆଜି ଚାଷୀଙ୍କ ଜମିକୁ ଯାଇ କୃଷି ଅଧିଦର୍ଶିକା ସନ୍ତୋଷିନୀ ଦାସ, ଉତ୍ତମ କୁମ୍ଭାର, ରାମଜୀ ଗୋପାଳ ପ୍ରମୁଖ ଚାଷୀଙ୍କ ସହ ଆଲୋଚନା କରିଥିଲେ । ତେବେ କିଛି ଅସାଧୁ ବ୍ୟକ୍ତି ଶ୍ରୀମତୀ ଦାସଙ୍କୁ ଖରାପ ବ୍ୟବହାର ଦେଖାଇଥିବା ବେଳେ ତାହାକୁ ନେଇ କୃଷି ବିଭାଗ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଘୁନସର, ଦେଓଳି, ବାବୁଉଲବା ଭଳି ଅନେକ ଗ୍ରାମକୁ ଯାଇ ଚାଷୀ କିଭଳି ଲାଭବାନ ହୋଇ ପାରିବେ, ତାହା ମଧ୍ୟ ଚାଷୀଙ୍କ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.