pakka

ପଣ୍ଡକିଟାଲ ସ୍କୁଲରେ ମୌଳିକ ଭାଷା ଜ୍ଞାନ ଗୃହ ଉଦଘାଟିତ

bbehera

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲଠାରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ବରିଷ୍ଠ ଶିକ୍ଷକ ପ୍ରହଲ୍ଲାଦ ବିଶି ଏବଂ ସ୍ଥାନୀୟ ସରପଂଚ ଗୋବିନ୍ଦ ସେଠ୍‌ ଉଦ୍‌ଘାଟନ କରିଥିଲେ । ପ୍ରଧାନଶିକ୍ଷକ ହେମସାଗର ବାଘଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷକ ତାଲିମ ପ୍ରତିଷ୍ଠାନ ସୁବର୍ଣ୍ଣପୁରର ବରିଷ୍ଠ ପ୍ରଶିକ୍ଷକ ପ୍ରହଲ୍ଲାଦ ବିଶି, ଅକ୍ଷୟ କୁମାର ବେରିଆ, ସୁଶାନ୍ତ ଭୋଇ, ଜିଲା୍ଲ ଜୁନିଅର ରେଡକ୍ରସ ଅଫିସର ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରବିଚନ୍ଦ୍ର ପଶାୟତ ପ୍ରମୁଖ ଯୋଗଦେଇ ଯୁଗୋପଯୋଗୀ ଡିଜିଟାଇଜେସନ ଶିକ୍ଷାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ପ୍ରାଥମିକ ସ୍ତରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଶିଶୁମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ବିକାଶ କରିବାରେ ସହାୟକ ହେବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ଉକ୍ତ ସ୍କୁଲରେ ସ୍ଥାପିତ ହୋଇଥିବା ଏଫ୍‌ଏଲ୍‌ଏନ୍‌ ମଡେଲ ହବ ଆଗାମୀ ଦିନରେ ବ୍ଲକର ବିଭିନ୍ନ ସ୍କୁଲରେ ଅଧ୍ୟୟନ ରତ ସମସ୍ତ ବିଦ୍ୟାର୍ଥୀଙ୍କୁ ପାଠପଢା ପ୍ରତି ଆକର୍ଷଣ କରି ପାରିବ ବୋଲି ଉପସ୍ଥିତ ଅଭିଭାବକ ଗଣ ମତପ୍ରକାଶ କରିଥିଲେ । ଶିକ୍ଷୟିତ୍ରୀ ତପସ୍ୱିନୀ ଦାଶଙ୍କ ରଚିତ ଏବଂ ଜାହ୍ନବୀ ଭୋଇଙ୍କ ଦ୍ୱାରା ନିର୍ଦ୍ଦେଶିତ ଏଫ୍‌ଏଲ୍‌ଏନ୍‌ ସଂପର୍କିତ ସର୍ଟଡ୍ରାମା ଛାତ୍ରଛତ୍ରୀମାନେ ପ୍ରଦର୍ଶନ କରିଥିଲେ । ସହକାରୀ ଶିକ୍ଷକ ଦେବରାଜ ଭୋଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଅଶ୍ୱିନୀ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ତପସ୍ୱିନୀ ଦାଶ ମଂଚ ପରିଚାଳନା କରିଥିଲେ । ମାୟାବର୍ହା ଆଂଚଳିକ ସାଧନ କେନ୍ଦ୍ରର ସିଆରସିସି ଶ୍ରୀରାମ ସିକନ୍ଦର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ୧୦ଟି ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ତଥା ଗ୍ରାମବାସୀ ବୃନ୍ଦ ଯୋଗଦାନ କରିଥିଲେ । ଶିକ୍ଷକ ପ୍ରମୋଦ ବାରିକ, ରୀତା ମହେର, ସାନନ୍ଦ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

2 × 1 =