ଶିକ୍ଷୟିତ୍ରୀ ପ୍ରମୋଦିନୀ ପୁରୋହିତଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପେଲେସଲାଇନ ନିବାସୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ଯୋଷୀଙ୍କ ଧର୍ମପତ୍ନୀ ପ୍ରମୋଦିନୀ ପୁରୋହିତଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘ ସମୟ ଧରି ବଲାଙ୍ଗିର ସାଗରପଡା ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବରେ କାମ କରି ଅବସର ନେଇଥିଲେ । ଶେଷ ସମୟରେ ସ୍ୱାମୀ ଭକ୍ତବନ୍ଧୁ ଯୋଷୀ, ପୁଅ ଜୀବନ ଜ୍ୟୋତି ଯୋଷୀ, ଝିଅ ଆଶାଜ୍ୟୋତି ଯୋଷୀ, ନାତି, ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କର ଦେହାନ୍ତରେ ପଡାରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଅତ୍ୟନ୍ତ ଧର୍ମପରାୟଣା, ମିଷ୍ଟଭାଷୀ ମହିଳା ଥିଲେ । ପେଲେସଲାଇନ ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଯାଇଛି ।

Leave A Reply

Your email address will not be published.

eighteen − 16 =

error: Content is protected !!