jsm

ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀରେ ଥାନ ଘେରାଓ

csstore

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ତଦନ୍ତ ସିବିଆଇ ହାତରେ କରାଯିବା ଏବଂ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀରେ ଗତକାଲି ବରଗଡ଼ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବରଗଡ଼ ଟାଉନ ଥାନା ଘେରାଉ କରାଯାଇଥିଲା । ମହିଳା ମୋର୍ଚ୍ଚାର କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ବରଗଡ଼ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ବରପାଲି ଭୁଲିଆ ସମାଜ ପକ୍ଷରୁ ମମିତା ମେହେରଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଉଚିତ ଦଣ୍ଡ ଦେବା ଏବଂ ଏହି ଘଟଣାରେ ସାମିଲ ଥିବା ଗୃହ ବିଭାଗର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀରେ ୧୨ ଘଣ୍ଟିଆ ବରପାଲି ବନ୍ଦ୍ କରାଯାଇଥିଲା । ଫଳରେ ସହରର ଜନଜୀବନ ପ୍ରଭାବିତ ହୋଇଥିଲା । ବରଗଡ଼ ବଲାଙ୍ଗିର ମୁଖ୍ୟ ରାଜପଥ ଅବରୋଧ କରିବା ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ବ୍ଲକ ଅଞ୍ଚଳରେ ଥିବା ସମସ୍ତ ସରକାରୀ ବେସରକାରୀ ଅଫିସ୍ ସ୍ୱତଃ ବନ୍ଦ୍ ରହିଥିଲା ।

yuvodaya
Leave A Reply

Your email address will not be published.