jsm

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ କେସ ମ୍ୟାନେଜମେଣ୍ଟ ସଂପର୍କିତ ତାଲିମ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଶୋର ନ୍ୟାୟ ଆଇନ ୨୦୧୫ ଅନ୍ତର୍ଗତରେ ବର୍ଣ୍ଣିତ ଯତ୍ନ ଓ ସୁରକ୍ଷା ଆବଶ୍ୟକକାରୀ ଶିଶୁମାନଙ୍କ କେସ ମ୍ୟାନେଜମେଣ୍ଟର ବୈଷୟିକ ଦିଗ ଉପରେ ସିଆରଏସ୍‌ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଦିବସୀୟ ତାଲିମକୁ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସନ୍ତଲାଲ ଦିପ୍‌ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ତାଲିମରେ ଶିଶୁ ଯତ୍ନ ଅନୁଷ୍ଠାନ, ଚାଇଲ୍ଡ ଲାଇନ୍‌ ଓ ସଖୀର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ଶିଶୁ ମଙ୍ଗଳ ସମିତି, ବଲାଙ୍ଗିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଭ୍ୟ ଡ. ଗୋଦାବରିଶ ରଥ, ବିରଂଚି ବହିଦାର, ନନ୍ଦି କିଶୋର ଷାଣ୍ଢ ଓ ସୁନିତା ତ୍ରିପାଠି, ଜିଲ୍ଲା ସୁରକ୍ଷା ୟୁନିଟର ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ଚୁଡାମଣି ପଣ୍ଡା, ଅଣ ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ତାଲିମ ପ୍ରଦାନ କରିଥିବା ବେଳେ ସିଆରଏସ୍‌ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ତାଲିମ ପରିଚାଳନା କରିଥିଲେ । ସାମାଜିକ କର୍ମୀ ଅରୁଣ ଖୁଆସ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.