pakka

ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ୧ ଗୁରୁତର

bbehera

ଗଜପତି : ଗଜପତି ଜିଲା ଆର. ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାରସିଂ ଗ୍ରାମରେ ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଖବର ମିଳିଛି । ମୃତକମାନେ ହେଲେ ଗଣେଶ ନାୟକ (୧୮) ଏବଂ ଅମ୍ବିକା ନାୟକ (୧୨) । ଗୁରୁତର ୭ବର୍ଷର ଝିଅ ଝୁମୁରି ନାୟକ ଚନ୍ଦ୍ରଗିରି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ମାଧବ ନାୟକଙ୍କ ପରିବାରରେ ବିବାହ ଭୋଜିରେ ଜେନେରେଟର୍‌ ବ୍ୟବହାର କରାଯାଇଥିବା ବେଳେ ଏହି ଜେନେରେଟର୍‌ଟି ଶାନ୍ତି ନାୟକଙ୍କ ଘର ପଟକୁ ମୁହଁ କରି ରଖାଯାଇଥିଲା । ସେହି ଘରେ ମାଧବ ନାୟକ ଓ ମୃତକମାନେ ଶୋଇଥିଲେ । ଫଳରେ କାର୍ବନ ମନୋକ୍ସାଇଡ୍‌ର ମାତ୍ରା ଅଧିକ ହେବା ଯୋଗୁ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଦୁଇଜଣ ସମ୍ପର୍କରେ ଦାଦା- ଝିଆରୀ । ଗୁରୁତର ଝୁମୁରୀଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରଷୋତ୍ତମ ପାଇକ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

jay balangir
Leave A Reply

Your email address will not be published.

one × 3 =