ଧବଳେଶ୍ୱରଙ୍କ ପୀଠ ଚଳଚଞ୍ଚଳ

କଟକ : କଟକ ଜିଲ୍ଲା ଆଠଗଡ଼ ବାବା ଧବଳେଶ୍ୱରଙ୍କ ପୀଠରେ ମହାଶିବରାତ୍ରି ଧୁମ୍‌ଧାମ୍‌ରେ ପାଳନ ହେଉଛି । ମନ୍ଦିର ଚଳଚଞ୍ଚଳ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏଥର ଜାଗରରେ ଝୁଲାପୋଲ କି ଡଙ୍ଗା ଯୋଗେ ନୁହେଁ, ମହାନଦୀ ଭିତରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଯଥାବିଧି ନୀତିକାନ୍ତି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୀଠରେ ବ୍ୟାରିକେଡ୍‌, ସିସିଟିଭି ସମେତ ୮ ଜଣ ମାଜିଷ୍ଟ୍ରେଟ, ୫ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର, ୧୪ଜଣ ସବ୍‌ଇନ୍ସିପେକ୍ଟର, ୧୫ ଏସ୍‌ଆଇ, ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.

16 − six =