ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବ୍ରହ୍ମାକୁମାରୀର ସେଣ୍ଟର ଲାଲଟିକ୍ରା ପର୍ଯ୍ୟନ୍ତ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବ୍ରହ୍ମାକୁମାରୀର ସେଣ୍ଟର ଲାଲଟିକ୍ରା ପର୍ଯ୍ୟନ୍ତ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମକୁମାରୀମାନେ ଆଜି ଭୋର ସକାଳୁ ଏକ ପ୍ରଭାତଫେରି ଶୋଭାଯାତ୍ରାରେ ବାହାରିଥିଲେ । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ସେମାନେ ସହର ପରିକ୍ରମା କରିଥିଲେ । ମହାଶିବରାତ୍ରି କାହିଁକି ପାଳନ କରାଯାଏ, ଏହାକୁ କିଭଳି ପାଳନ କାରାଯାଏ ସେ ସମ୍ପର୍କରେ ସଚେତନତା କରିବା ପାଇଁ ଏହି ଶାନ୍ତି ଶୋଭାଯାତ୍ରା ବାହାରିଥିବା ବ୍ରହ୍ମକୁମାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

seven + sixteen =