pakka

ଯୁବ ସମାଜସେବୀ ଇଂ. ଆଶୁତୋଷ ସାହୁ ବିଜେପିରେ ସାମିଲ ହେଲେ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ଇଂ. ଆଶୁତୋଷ ସାହୁ ଆଜି ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଦୀପ ପୁରୋହିତଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତୀରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ମିଶ୍ରଣ ପର୍ବରେ ହଜାର ହଜାର ଯୁବକଙ୍କ ସହ ଆଗାମୀ କିଛି ଦିନ ମଧ୍ୟରେ ସାମିଲ ହେବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଏହି ମିଶ୍ରଣ ପର୍ବ ସମୟରେ ଜିଲ୍ଲା ଉପସଭାପତି ସରୋଜ ସାମଲ, ଜିଲ୍ଲା ପରିଷଦ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ସତ୍ୟ ବେହେରା, ରୋଶନ ପାଣିଗ୍ରାହୀ, ରାଜେନ୍ଦ୍ର ସେଠ୍, ଯୋଗେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

two × 5 =

error: Content is protected !!