csstore

ଖଇରା ସ୍କୁଲରେ ପୋଷାକ ବିତରଣ ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ପଂଚାୟତର ଖଇରା ଗ୍ରାମରେ ଥିବା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଠାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାପୀଠର ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମପ୍ରସାଦ ରଣା, ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ଶିକ୍ଷକ ଡଃ ନାରାୟଣ ମିଶ୍ର, ଗିରିଧାରୀ ତ୍ୟାଗୀ, କାର୍ତ୍ତିକ ଭୋଇ, ରୋହିତ କୁମାର ରଣା, ମୋତିଲାଲ ଭୋଇ, ବୈଚନ୍ଦ୍ର ରଣା ପ୍ରମୁଖଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରିଥିଲେ । ଏଥିରେ ବିଦ୍ୟାପୀଠର କର୍ମଚାରୀମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.