pakka

ସାଧାରଣ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଝାରସୁଗୁଡ଼ା ଗସ୍ତ

bbehera

ଝାରସୁଗୁଡ଼ା : ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ସଠିକ ଅନୁପାଳନ ହେଉଛି କି ନାହିଁ ସେ ସବୁର ତଦାରଖ ପାଇଁ ନିଯୁକ୍ତ ସାଧାରଣ ପର୍ୟ୍ୟବେକ୍ଷକ ଏବଂ ପ୍ରାର୍ଥୀମାନଙ୍କର ନିର୍ବାଚନ ବ୍ୟୟ ତଦାରଖ ଓ ଆକଳନ କରିବା ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପହଞ୍ଚିଛନ୍ତି । ସାଧାରଣ ପର୍ଯ୍ୟବେକ୍ଷକ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀମତୀ ମାଧବୀ କଟାରିଆ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାରତୀୟ ରାଜସ୍ୱ ସେବା ଅଧିକାରୀ ନେଲାପାଟଲା ଅଶୋକ ବାବୁ ବର୍ତ୍ତମାନ ଝାରସୁଗୁଡ଼ାରେ ପହଞ୍ଚି ଅବସ୍ଥାନ କରୁଛନ୍ତି । ଯୋଗାଯୋଗ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀମତୀ କଟାରିଆଙ୍କ ମୋବାଇଲ ନମ୍ବର ୯୪୩୯୪୯୭୪୧୨ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅଶୋକ ବାବୁଙ୍କ ମୋବାଇଲ ନମ୍ବର ୮୨୮୦୫୧୧୩୪୨ ଅଟେ । ଅଭିଯୋଗ ଥିଲେ ହେଡକ୍ବାଟର୍ସରେ ଉପସ୍ଥିତ ଥିବା ଦିନ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ପୂର୍ବାହ୍ନ ୧୦ ଘଟିକାରୁ ୧୧ଘଟିକା ମଧ୍ୟରେ ପ୍ରଦକ୍ଷଣ ଗୃହ, ଝାରସୁଗୁଡ଼ାରେ ଦେଖା କରିପାରିବେ ବୋଲି ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

fourteen − 7 =