
ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ୍ ଡକାୟତି ଯୋଜନା ପଣ୍ଡ ଜିଆର୍ପିଏସ୍ ଓ ଆରପିଏଫ୍ର ଚଢାଉ, ୪ ଗିରଫ ସହ ଜଣେ ଫେରାର । ଗିରଫ ଅଭିଯୁକ୍ତ ମାନେ ହେଲେ, କେ. ରବି କୁମାର ଗିରିମାର୍କେଟ, ଏନ୍. ପ୍ରସାଦ ପାତ୍ର ଲାଞ୍ଜିପଲ୍ଲୀ, ବିଭୂତି ଭୂଷଣ ଦାସ ପଥରା, ରାଜେନ୍ଦ୍ର ପାତ୍ର ଗୋଦାବରୀଶ ନଗର ଏବଂ ଫେରାର ଅଭିଯୁକ୍ତ ଜଣକ ହେଲେ ଅନୀଲ ଦାସ ପଥରା ଅଞ୍ଚଳର ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ଠାରୁ ୨ଟି ଲାପଟପ୍, ୧ଟି ଟାବ୍, ୪ଟି ସ୍ମାର୍ଟ ମୋବାଇଲ୍, ହାତୁଡି, ସ୍ପାନର, ଜିଫିଏସ୍ ଟ୍ରାକର, ୨ଟି ଛୁରୀ, ୪ଟି ଲଙ୍କା ଗୁଣ୍ଡ ପକେଟ୍, ୨ଟି ଟ୍ରେନ୍ ଟିକେଟ୍, ୪ଟି କଳା ମାସ୍କ, ସିଗାରେଟ୍, ଖାଲି ମଦ ପାଉଚ୍, ଦିଆସିଲି ବାକ୍ସ, କ୍ରାଇମ୍ ମ୍ୟାପ୍ଜବତ ଜବତ କରିଛି ପୁଲିସ । ମୋଟ୍ ଜବତ ସାମଗ୍ରୀର ମୂଲ୍ୟ ୧ ଲକ୍ଷ ୧୨ ହଜାର ଟଙ୍କା ହେବ ବୋଲି ଜିଆର୍ପି ପୋଲିସ ସୂଚନା ଦେଇଛନ୍ତି ।