ବଘଲା ନୂତନ ଖେଳ ପଡିଆ ପାଇଁ ଏକ ନଲକୂପ ଖନନ ଦାବୀ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମର ନୂତନ ଖେଳ ପଡିଆ ଉପରେ ଚନ୍ଦନଭାଟି ଅଞ୍ଚଳର ଶହ ଶହ ଖେଳାଳୀ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ କ୍ରିକେଟ, ଫୁଟବଲ ଖେଳିବାକୁ ତଥା ମର୍ଣ୍ଣିଂ ୱାକ୍ କରିବାକୁ ଲୋକେ ଯାଇଥାନ୍ତି । ହେଲେ ଏହି ପଡିଆଟି ଜଙ୍ଗଲ ଭିତରେ ଥିବାରୁ ପିଇବା ପାଣିର କୌଣସି ସୁବିଧା ସୁଯୋଗ ନଥିବାରୁ ଲୋକେ ବହୂ ଦୁରକୁ ପାଣି ପିଇବାକୁ ଯାଇଥାନ୍ତି । ପଡିଆ ନିକଟରେ ଏକ ନଲକୂପ ଖନନ କରାଗଲେ ବହୁ ଖେଳାଳୀ ପିଇବା ପାଣିର ସୁବ୍ୟବସ୍ଥା ପାଇପାରିବେ । ପ୍ରଶାସନ ତୂରନ୍ତ ନଲକୂପ ଖନନ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.