ଓଲଟିଲା ବସ୍‌, ୧୧ ଯାତ୍ରୀ ଆହତ

ଭଦ୍ରକ : ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡ଼ିଥିବା ବେଳେ ୧୧ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ନିକଟ ତ୍ରିଶୁଳପୁର ପାଖରେ ଏହି ସଡ଼କ ଦୁର୍ଘଟଣା ଘଟିଥିବା କୁହାଯାଇଛି । ଆହତଙ୍କୁ ଭଦ୍ରକ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ବସଟି ବାଲେଶ୍ୱରରୁ କଟକ ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି ।

Leave A Reply

Your email address will not be published.