ସାବଧାନ, ଇୟର୍‌ ଫୋନ୍‌ ଯୋଗୁଁ ଚାଲି ଯାଉଛି ଅମୂଲ୍ୟ ଜୀବନ : ଇୟର୍ ଫୋନ୍ ଲଗାଇ ଗୀତ ଶୁଣିବା ସମୟରେ ମାଡିଗଲା ଟ୍ରେନ୍, ଯୁବତୀଙ୍କ ପ୍ରାଣହାନୀ

ରାୟଗଡ଼ା, (କେପିଏନ୍‌ଏସ୍‌) : ସାବଧାନ, ଇୟର୍‌ ଫୋନ୍‌ ଯୋଗୁଁ ଚାଲି ଯାଉଛି ଅମୂଲ୍ୟ ଜୀବନ । ଇୟର୍ ଫୋନ୍ ଲଗାଇ ଗୀତ ଶୁଣିବା ସମୟରେ ମାଡିଗଲା ଟ୍ରେନ୍‌ । ଏଭଳି ‌ସ୍ଥିତିରେ ଜଣେ ଯୁବତୀଙ୍କ ପ୍ରାଣହାନୀ ଘଟିଥିବା ଖବର ମିଳିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । କାନରେ ଇୟର୍ ଫୋନ୍ ଲଗାଇ ମୋବାଇଲରୁ ଗୀତ ଶୁଣି ଶୁଣି ଅନ୍ୟମନସ୍କ ହୋଇ ଯୁବତୀ ଜଣକ ରେଳଧାରଣା ପାର ହେବା ସମୟରେ ଟ୍ରେନ୍ ଆସିବା କଥା ଜାଣି ପାରି ନଥିଲେ । ଫଳରେ ଟ୍ରେନ୍ ଧକ୍କାରେ ଯୁବତୀଙ୍କ ପ୍ରାଣହାନୀ ହୋଇଛି । ମୃତ ଯୁବତୀ ଜଣକ ସାନମଟକବାଡ଼ି ଗାଁର କୁମାରୀ ଗାଣ୍ଟା (୨୫) ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.