ଛଞ୍ଚାଣବାହାଲି ଗ୍ରାମବାସୀ ସ୍ବଚ୍ଛ ପାନୀୟ ଜଳ ପାଇଁ ହନ୍ତସନ୍ତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଛଞ୍ଚାଣବାହାଲି ଗାଁ ଯେଉଁଠି୧୫୦ ରୁ ୨୦୦ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ପ୍ରଶାସନ ପକ୍ଷରୁ ଗାଁକୁ ଏକ ସୋଲାର୍ ପମ୍ପ ଦିଆ ଯାଇଥିଲା । ସେ ଦିନଠାରୁ ଗାଁ ଲୋକେ ସ୍ବଚ୍ଛ ପାନୀୟ ଜଳ ପାଇ ପାରୁଥିଲେ । କିନ୍ତୁ ଦୁଇ ବର୍ଷ ହେଲାଣି ସୋଲାର ପମ୍ପ ଅଚଳ ହୋଇଯାଇଛି। ପମ୍ପ ଟି ଅଚଳ ହୋଇଯିବାରୁ ଗାଁ ଲୋକେ ସ୍ବଚ୍ଛ ପିଇବା ପାଣି ପାଇଁ ହଟହଟା ହେଉଛନ୍ତି । ଦୂଷିତ ପାଣି ପିଇ ଲୋକେ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଗାଁବାସୀ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ଆମେ ପାଣି ଟୋପାଏ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବୁ ବୋଲି ଗ୍ରାମବାସୀ କହିଛନ୍ତି । ଏହି ସୋଲାର ପମ୍ପକୁ ଅତି ଶୀଘ୍ର ମରାମତି କରି କାର୍ଯ୍ୟକ୍ଷମ କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.