ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗର ୬ ଦିନ ପରେ ନିଜ ଗାଁରୁ ନାବାଳିକାକୁ ଉଦ୍ଧାର କଲା ପୁଲିସ : ଜଣେ କୋର୍ଟ ଚାଲାଣ

ଦେଓଗାଁ, (ମନିଷ କୁମାର ସାହୁ) : ବନ୍ଧପଡା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ପରେ ବଳାତ୍କାର ହୋଇଥିବା ଅଭିଯୋଗ ହେବା ପରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଧଣ୍ଡାମାଲ ପଞ୍ଚାୟତ ବିଲାସପୁର ଗାଁର ଜଣେ ନାବାଳିକା ଗତ ୫ତାରିଖ ରାତିରେ ଶୌଚ ପାଇଁ ବାହାରି ଥିବାବେଳେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ନାବାଳିକାର ବାପା ଥାନାରେ ଝିଅର ନିଖୋଜ ଥିବା ଅଭିଯୋଗ କରିଥିଲେ ବି ପୁଲିସ କୌଣସି ପଦକ୍ଷେପ ନ ନେବାରୁ ପୁଣି ଥରେ ଅଭିଯୋଗ କରିଥିଲେ । ନିଖୋଜ ହେବାର ୬ଦିନ ପରେ ପୁଲିସ ନାବାଳିକାକୁ ନିଜ ଗାଁର ଅଭିଯୁକ୍ତର ଘରୁ ଉଦ୍ଧାର କରିଥିଲା । ଉଭୟେ ପ୍ରେମିକ ପ୍ରେମିକା ଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ପୁଲିସ ବିଳାସପୁର ଗାଁର ମଦନ ଭୁଏକୁ ଗିରଫ କରି ଅପହରଣ, ବଳାତ୍କାର ସହ ପସ୍କୋ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ନାବାଳିକାର ବୟାନ ରେକର୍ଡ ପରେ ଉଭୟଙ୍କୁ ଡାକ୍ତରୀ ମଇନା କରି ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ ।

Leave A Reply

Your email address will not be published.