ବଳିଷ୍ଠ ପୋଲିସ ଅଧିକାରୀ ବିଜୟାନନ୍ଦ କର୍‌କରା ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ବିଭାଗର ଜଣେ ବଳିଷ୍ଠ ପୋଲିସ ଅଧିକାରୀ ବିଜୟାନନ୍ଦ କର୍‌କରାଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ବିଶାଖାପାଟଣାରେ ଚିକିତ୍ସାଧୀନ ଥିବା ବେଳେ ଆଜି ଅପରାହ୍ନରେ ତାଙ୍କ ପରଲୋକ ହୋଇଯାଇଥିବା ଖବର ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଜଣେ ବଳିଷ୍ଠ ପୋଲିସ ଅଧିକାରୀ ଭାବେ ସେ ବେଶ ଜଣାଶୁଣା ଥିଲେ । ଟିଟିଲାଗଡ଼, କଂଟାବାଂଜି ତଥା ବଲାଙ୍ଗିରରେ ସେ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ।

Leave A Reply

Your email address will not be published.