ବଲାଙ୍ଗିରର କରୋନା ଆରୋଗ୍ୟ ଦୁଇ ଯୁବକ ପ୍ଲାଜ୍‌ମା ଦାନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରାଧାରାଣୀପଡ଼ା ନିବାସୀ ରାହୁଳ ସାହୁ ଏବଂ ଠିକାଦାରପଡ଼ା ନିବାସୀ ପ୍ରମୋଦ ମୁନି ସ୍ୱେଚ୍ଛାକୃତ ଭାବେ ବୀର ସୁରେନ୍ଦ୍ର ସାଏ ଭେଷଜ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାର ଠାରେ ପ୍ଲାଜ୍‌ମା ଦାନ କରିଛନ୍ତି । ପ୍ରକାଶ ଥାଉ କି ଉଭୟ ଯୁବକ ନିଜେ କରୋନା ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ରହିବା ସହ ଚିକିତ୍ସା ପରେ କରୋନା ମୁକ୍ତ ହୋଇଥିଲେ । ଏହି ମହତ୍‌କାର୍ଯ୍ୟ ପାଇଁ ଦୁଇ ଯୁବକଙ୍କୁ ବୀର ସୁରେନ୍ଦ୍ର ସାଏ ଭେଷଜ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାର ଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ଉଭୟ ଶ୍ରୀ ମୁନି ଓ ଶ୍ରୀ ସାହୁ ନିଜେ କରୋନାକୁ ପରାସ୍ତ କରି ପରିଶେଷରେ ଗୁରୁତର କରୋନା ରୋଗୀଙ୍କ ଜୀବନ ବଂଚାଇବା ସକାଶେ ସ୍ୱେଚ୍ଛାକୃତ ପ୍ଲାଜ୍‌ମା ଦାନ କରିଥିବାରୁ ଜିଲ୍ଲା ପ୍ରଶାସନ ତଥା ବୁଦ୍ଧିଜୀବୀ ସମେତ ଜନସାଧାରଣ ସେମାନଙ୍କୁ ପ୍ରଶଂସା କରିଛନ୍ତି । ସଂପୃକ୍ତ ଯୁବକ ଦ୍ୱୟଙ୍କ ମହତ୍‌ ସେବା ଯୁବସମାଜକୁ ପ୍ରୋତ୍ସାହିତ କରିବ ବୋଲି ସ୍ଥାନୀୟ ଅଂଚଳରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.