oom

ସାରା ରାଜ୍ୟ କରୋନା ଆତଙ୍କରେ କଂପୁଥିବା ବେଳେ ଧାନ ଚାଷରେ ଅଜଣା ରୋଗର ଆତଙ୍କ

jsmm

ପଦ୍ମପୁର, (ନିରଂଜନ ତ୍ରିପାଠୀ) : କରୋନା ମହାମାରୀ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସମୟରେ ଚାଷ କାର୍ୟ୍ୟରେ କଟକଣା କୋହଳ ହେବା ପରେ ଚାଷୀ ଖୁସିରେ ଚାଷ କାର୍ୟ୍ୟରେ ଲାଗି ପଡ଼ିଥିଲେ । ହେଲେ ବର୍ତ୍ତମାନ ଧାନ ଚାଷରେ ଅଜଣା ରୋଗପୋକ ଆତଙ୍କ ଚାଷୀର ମୁଣ୍ଡରେ ଚଡକ ପାଲଟିଛି ।


ପଦ୍ମପୁର ଉପଖଣ୍ଡର ବିଭିନ୍ନ ଫଚାୟତରେ ଧାନ ଚାଷରେ ଏବେ ଅଜଣା ରୋଗର ଆତଙ୍କ । ରୋଗପୋକ କାରଣରୁ ଶହ ଶହ ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । ଧାନ ଗଛରେ ରୋଗ ପୋକ ଆକ୍ରମଣ ଯୋଗୁଁ ଧାନ ଗଛ ବଢିପାରୁ ନାହିଁ । ବର୍ତ୍ତମାନ ସମୟରେ ଅନ୍ୟ ବର୍ଷରେ ଧାନ ଗଛରେ ଫୁଲ ଫଳ ଧରେ, ହେଲେ ଚଳିତ ବର୍ଷ ରୋଗପୋକ ଯୋଗୁଁ ଧାନ ଗଛ ବଢ଼ି ପାରୁ ନାହିଁ ଯାହାକି ଚିନ୍ତାର କାରଣ ପାଲଟିଛି । ପତ୍ରଗୁଡ଼ିକ ପ୍ରଥମେ ଲାଲ ହେବାରେ ଲାଗୁଛି ଏବଂ ପରେ ତାହା ପଚି ସଢ଼ି ନଷ୍ଠ ହୋଇଯାଉଛି । ସାଧାରଣତଃ ଚାଷୀମାନେ ଏହି ରୋଗକୁ ଗଣ୍ଡିପୋକ ତଥା ପତ୍ରପୋଡା ରୋଗ ବୋଲି କହିଥାଆନ୍ତି । କୃଷି ବିଭାଗ ଅଧିକାରୀମାନେ ମଧ୍ୟ ରୋଗ ଚିହ୍ନି ପାରୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

କରୋନା କଟକଣା ଯୋଗୁଁ ବହୁ ଦୁଃଖ କଷ୍ଟରେ ଚାଷ କରିଛନ୍ତି । ସମବାୟ ସମିତି କିମ୍ବା ବ୍ୟାଙ୍କରୁ ଋଣ ନେଇ ଚାଷ କରି ପରିବାର ପୋପଣ ଆଶା ବାନ୍ଧିଥିବା ବେଳେ ବର୍ତ୍ତମାନ ସମୟରେ ଧାନ ଚାଷ ଉପରେ ଯେଉଁପରି ରୋଗପୋକ ଆକ୍ରାନ୍ତ କରିଛନ୍ତି, ପଦ୍ମପୁର ଅଞ୍ଚଳର ଚାଷୀ ରୋଗପୋକରୁ ଚାଷକୁ ରକ୍ଷା କରି କିପରି ଅମଳ କରିବ, ତାହା ଚିନ୍ତାର କାରଣ ହୋଇଛି । ଗ୍ରାମାଚଂଳରେ କୃଷି ବିଭାଗୀୟ କର୍ମଚାରୀଗଣ ବୁଲାବୁଲି କରି ଚାଷୀମାନଙ୍କୁ ଦିଗଦର୍ଶନ ଦେବା ପରିବର୍ତ୍ତେ ସେମାନଙ୍କ ନିଦ୍ରା ଭଙ୍ଗହେବ କେବେ ତାହା ଦେଖିବାକୁ ବାକି ରହିଲା ।


ରୋଗପୋକ ବିଷୟରେ ଚାଷୀମାନେ ଅଭିଯୋଗ କରିବା ପରେ କୃଷି ବିଭାଗ ଅଧିକାରୀ ଧାନ ବିଲ ଗୁଡିକ ଦେଖି କୀଟନାଶକ ବ୍ୟବହାର ପାଇଁ ପରାମର୍ଶ ଦେଉଛନ୍ତି । ଚାଷୀ କୃଷି ଅଧିକାରୀଙ୍କ ପରାମର୍ଶ ଅନୁସାରେ ବହୁ କଷ୍ଟରେ ଧାର କରଜ କରି ଚଢା ଦରରେ ବଜାରରୁ କୀଟନାଶକ ଔଷଧ କିଣି ଧାନରେ ପ୍ରୟୋଗ କରୁଛି । କୀଟନାଶକ ଔଷଧ କୌଣସି ପ୍ରକାର କାମରେ ଆସୁନାହିଁ । କୀଟନାଶକ ଔଷଧ ପ୍ରୟୋଗ ପରେ ମଧ୍ୟ ରୋଗପୋକ ବଢ଼ିବାରେ ଲାଗିଛି ଏବଂ ଚାଷ ନଷ୍ଟ ହେଉଛି । ଚାଷୀଙ୍କ କୀଟନାଶକ କିଣିବା ଦ୍ଵାରା କେବଳ କିଟନାଶକ ଔଷଧ ଦୋକାନୀ ମାଲେମାଲ ହେଉଛନ୍ତି ଏବଂ ଚାଷୀ କେବଳ ଖର୍ଚ୍ଚାନ୍ତ ହେଉଛନ୍ତି । ଏ ବିଷୟରେ ପଦ୍ମପୁର ଉପଜିଲ୍ଲାପାଲଙ୍କୁ ପଚରା ଯିବାରୁ ଅଜଣା ରୋଗ ବିଷୟରେ କୃଷି ବିଭାଗ ତଦନ୍ତ କରିବେ ଓ ଚାଷୀମାନେ କିପରି ସରକାରଙ୍କ ଦ୍ଵାରା ପ୍ରଦତ୍ତ କୀଟଚାଶକ ପାଇପାରିବେ ସେ ବିଷୟରେ ପଦେକ୍ଷପ ନେବେ ବୋଲି କହିଛନ୍ତି । କୃଷି ବିଭାଗ ଏହି ରୋଗକୁ ଠିକ ଭାବରେ ଚିହ୍ନଟ କରି ରୋଗର ନିରାକରଣ ପାଇଁ କୀଟନାଶକ ଯୋଗାଇ ଦେଲେ ଚାଷୀ ଉପକୃତ ହୋଇ ପାରିବେ ।

jittmm
Leave A Reply

Your email address will not be published.