oom

ଆଜି ବଲାଙ୍ଗିର ଜିଲ୍ଲାରେ ୯୭ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୫୯

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୫୨ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ସିଭିଲ୍‌କୋର୍ଟ ପାଖରୁ ୮, ରାଧାରାଣୀପଡ଼ାରୁ ୭, ଆଲୋକନଗରରୁ ୧, ରାଜୀବନଗରରୁ ୧, ରୁଗୁଡ଼ିପଡ଼ାରୁ ୮, ଗୋକୁଳଧାମରୁ ୧, ଟିକ୍ରାପଡ଼ାରୁ ୩, ଲାଲଟିକ୍ରାରୁ ୧, ବରପାଲିପଡ଼ାରୁ ୧, ତାଲପାଲିପଡ଼ାରୁ ୧, ହାତୀଶାଲପଡ଼ାରୁ ୧, ସୁଦପଡ଼ାରୁ ୩, ଭଗବତୀନଗରରୁ ୨, ପେଲେସ ଲାଇନରୁ ୬, ଜଗନ୍ନାଥପଡ଼ାରୁ ୧, ଗୋପାଲଜୀପଡ଼ାରୁ ୧, ମାଲପଡ଼ାରୁ ୧, ଶାନ୍ତିପଡ଼ାରୁ ୧, ସାଗରପଡ଼ାରୁ ୨, ଗାନ୍ଧୀନଗରପଡ଼ାରୁ ୩, ରାମେଶ୍ୱରନଗରରୁ ୧, ନନ୍ଦିନୀନଗରରୁ ୧, ଡୁଙ୍ଗୁରିପଡ଼ାରୁ ୨, କନ୍ଧପାଲିପଡ଼ାରୁ ୧, ଆର୍‌ଟିଓ ଛକରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଗ୍ରାମାଂଚଳରୁ ଆଗଲପୁରରୁ ୨, ଆଗଲପୁର ଡୁଡ଼ୁକାରୁ ୧, ବଲାଙ୍ଗିର ବ୍ଲକ୍‌ କଅଗାଁରୁ ୧, ସାଲେପାଲିରୁ ୧, ମାଧିଆପାଲିରୁ ୧, ଡୁମେରପାଲିରୁ ୧, ଦେଓଗାଁ ବ୍ଲକ୍‌ ସାଲେପାଲିରୁ ୧, ରୁଗୁଡ଼ିପାଲିରୁ ୧, ଲୋଇସିଂହା ବ୍ଲକ୍‌ କୁସଙ୍ଗରୁ ୧, ବିଜାପାଟିରୁ ୧, ବୁଢ଼ୀପଦରରୁ ୧, ପୁଇଁନ୍ତଲା ବ୍ଲକ୍‌ ଶିକାବାହେଙ୍ଗାରୁ ୧, ରଣ୍ଡାରୁ ୧, କହ୍ନେଇମୁଣ୍ଡାରୁ ୧, ସଇଁନ୍ତଲା ବ୍ଲକ୍‌ କନ୍ଧକେଲ୍‌ଗାଁରୁ ୧, ଅଡର଼୍ିନାନ୍ସ ଫେକ୍ଟାରୀରୁ ୨, ଟିଟିଲାଗଡ଼ ହାଟପଦାପଡ଼ାରୁ ୧, ତୁରେକେଲା ବ୍ଲକ୍‌ କୁକୁଡ଼ାହାଡ଼ରୁ ୧, ବଲାଙ୍ଗିର ବ୍ଲକ୍‌ରୁ ୪, ପୁଇଁନ୍ତଲା ବ୍ଲକ୍‌ ଲୁକାପଡ଼ାରୁ ୧, ସଇଁନ୍ତଲା ବ୍ଲକ୍‌ ଧରବ୍‌ଗଡ଼ରୁ ୧, ବଡ଼ମାଲରୁ ୧, ଟିଟିଲାଗଡ଼ ସ୍ୱାଧୀନପଡ଼ାରୁ ୧, ଗୁଡ଼ଭେଲା ବ୍ଲକ୍‌ କପ୍‌ସିଲାରୁ ୧, ଲୋଇସିଂହାରୁ ୧, ପାଟଣାଗଡ଼ ଭଇଁସାରୁ ୧, ପୁଇଁନ୍ତଲାରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଆଜି ୨ ଜଣ କୋଭିଡ଼୍‌ ଯୋଦ୍ଧା କରୋନା ସଂକ୍ରମଣର ଶିକାର ହୋଇଥିବା ରିପୋର୍ଟରେ କୁହାଯାଇଛି । ଆଜିର ପ୍ରଦତ୍ତ ଆକ୍ରାନ୍ତଙ୍କ ତାଲିକାରେ ବରଗଡ଼ ଜିଲ୍ଲାର ୧, ସୋନପୁର ଜିଲ୍ଲାର ୨ ଓ କଳାହାଣ୍ଡି ଜିଲ୍ଲାର ଜଣେ ସାମିଲ୍‌ ଅଛନ୍ତି । ତେବେ ଆଜି ଯାଏଁ ବଲାଙ୍ଗିର ଜିଲ୍ଲାରେ ୩୨୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୬୬ ଜଣ ଏକ୍‌ଟିଭ୍‌ ରହିଛନ୍ତି । ୨୧୨୪ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

jittmm
Leave A Reply

Your email address will not be published.