jsm

ବାଲି ବୋଝେଇ ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ

csstore

ନିଶ୍ଚିନ୍ତକୋଇଲି : ବାଲି ବୋଝେଇ ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଞ୍ଚାୟତ ଫତେପୁର ଗ୍ରାମର ବିଷ୍ଣୁଚରଣ ସିଂ ୪୭ ବର୍ଷ ସାଇକେଲ ଯୋଗେ ଆସୁଥିବା ବେଳେ ତିଳକଣା ପଞ୍ଚାୟତ ଅଫିସ ସମ୍ମୁଖରେ ଏକ ବାଲି ବୋଝେଇ ଟ୍ରକ୍‌ ପିଟି ହୋଇଯିବାରୁ ଗୁରୁତର ଭାବେ ଆହତ ହୋଇଥିଲେ । ଆହତଙ୍କୁ ନିଶ୍ଚିନ୍ତକୋଇଲି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡ଼ିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଦେମାଣ୍ଡ ବାଲିଘାଟ ସାମ୍ନାରେ ଧାରଣା ପ୍ରଦର୍ଶନ କରିବା ସହ ବହୁ ସମୟ ଧରି ରାସ୍ତାରୋକୋ କରିଥିଲେ । ବହୁତ ସମୟ ଗଲା ପରେ ସ୍ଥାନୀୟ ତହସିଲଦାର କର୍ଣ୍ଣଦେବ ସମାଦାର, ପୋଲିସ ପ୍ରଶାସନ ପହଞ୍ଚି ଘଟଣାର ବୁଝାସୁଝା କରିଥିଲେ ।

yuvodaya
Leave A Reply

Your email address will not be published.