ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ଖୁଟୁଗାଁ ଗ୍ରାମରେ ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ । ଘରୋଇ କଳହକୁ କେନ୍ଦ୍ର କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ଲହୁଣୀପଡ଼ା ଥାନାର ଖୁଟୁଗାଁ ଗ୍ରାମର ବଡ଼ ଭାଇ ବିଶୁ କୁମାର ଓ ସାନ ଭାଇ ବାଡି କୁମାରଙ୍କ ମଧ୍ୟରେ ଘରୋଇ କଳହ ଲାଗି ରହିଥିଲା । ଗତକାଲି ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହେବାରୁ ବଡ଼ ଭାଇ ଏକ ଟାଙ୍ଗିଆ ସାହାଯ୍ୟରେ ସାନ ଭାଇକୁ ହତ୍ୟା କରିଥିଲା। ଏହାପରେ ସେଠାରୁ ଫେରାର୍ ହେବା ବେଳେ ଗ୍ରାମବାସୀମାନେ ବିଶୁ କୁମାରଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଡ଼ ଭାଇ ବିଶୁ କୁମାରକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

five × 4 =