ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟ ଚିକିତ୍ସାଳୟ ବୁଲିଲେ କନ୍ଧମାଳ ଜିଲ୍ଲାପାଳ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ବୁଧବାର ଆଶିଷ୍‌ ଈଶ୍ୱର ପାଟିଲ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରିଥିଲେ । ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ଚିହ୍ନିନଥିବା ବେଳେ କେବଳ ଗାଡ଼ିକୁ ଦେଖି ସମସ୍ତ ଏକ ପ୍ରକାର ସଜାଗ ହୋଇଯାଇଥିଲେ । କିଏ କିଛି ପଚାରିବା ପୂର୍ବରୁ ନିଜେ ଜିଲ୍ଲାପାଳ ଡାକ୍ତରଖାନା ପରିସର ବୁଲିବା ସହିତ ବିଭିନ୍ନ ୱାର୍ଡ ମଧ୍ୟ ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ଖବର ପାଇ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ କର୍ମଚାରୀମାନେ ପହଞ୍ଚି ଜିଲ୍ଲାପାଳଙ୍କ ସ୍ୱାଗତ କରିବା ସହିତ ବିଭିନ୍ନ ୱାର୍ଡ ଗସ୍ତ ବେଳେ ସାମିଲ୍‌ ହୋଇଥିଲେ । ଜିଲ୍ଲାପାଳ ଏହି ଗସ୍ତ ଅବସରରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.

13 + 19 =