oom

ଓଏଭି ହଷ୍ଟେଲରେ ନିମ୍ନମାନର ଝରକା କବାଟ ବ୍ୟବହାର ଘଟଣା : ବିଇଓଙ୍କ ପରିଦର୍ଶନ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ

jsmm

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ କୋଠାରେ ଲଗାଯାଇଥିବା କବାଟ ଝରକାରେ ବ୍ୟବହାର କରାଯାଇଥିବା ପ୍ଲାଇଉଡ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଥିବା ସଂପର୍କରେ ଗଣମାଧ୍ୟମରେ ବିଭିନ୍ନ ସମୟରେ ପ୍ରକାଶ ପାଇଥିଲା । ଗତ ୯ ତାରିଖ ଦିନ ଦେଓଗାଁ ବିଇଓ ନେପାଳ ବାଗ ଅଚାନକ ପରିଦର୍ଶନ କରି ଅଭିଯୋଗ ସତ ବୋଲି ସ୍ୱୀକାର କରିବା ସହ ଲଗାଯାଇଥିବା ପ୍ଲାଇଉଡ ଅତି ନିମ୍ନମାନର ବୋଲି କହିଥିଲେ। ଏହା ସହିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ତଥାପି ପ୍ଲାଇଉଡ୍ ପରିବର୍ତ୍ତନ କରିବା ପରିବର୍ତ୍ତେ ସେହି ପ୍ଲାଇଉଡକୁ କବାଟ ଓ ଝରକାରେ ଲଗା ଯାଉଥିବାରୁ ଠିକାଦାର, ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଓ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଦେଓଗାଁ ବ୍ଲକ୍ ଶିକ୍ଷାପ୍ରେମୀ ମହଲରେ ଆଲୋଚନା ହେଉଛି । ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓଙ୍କୁ ପଚାରିବାରୁ ବୁଝି କହିବେ ବୋଲି କହି ଚୁପ ରହିଛନ୍ତି ।

jittmm
Leave A Reply

Your email address will not be published.