ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପୌରପାଳିକା ପରିଦର୍ଶନ : କୋଭିଡ-୧୯ ସ୍ଥିତି ଉପରେ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ଅପରାହ୍ନରେ ବଲାଙ୍ଗିର ପୌରପାଳିକା ପରିଦର୍ଶନ କରିଥିବା ବେଳେ ବଲାଙ୍ଗିରର କୋଭିଡ-୧୯ ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି । ସ୍ଥାନୀୟ ରାଜେନ୍ଦ୍ର ପାର୍କରେ କୋଭିଡ଼୍‌-୧୯ ଆଇନ ପାଳନ ପୂର୍ବକ ବିଭିନ୍ନ ଅଧିକାରୀମାନଙ୍କ ସହ ଜିଲ୍ଲାପାଳ ଶ୍ରୀ ରାଣା ବିଚାର ବିମର୍ଶ କରିଥିଲେ । ବିଶେଷତଃ କୋଭିଡ-୧୯ ସ୍ଥିତି ଉପରେ ସମସ୍ତଙ୍କୁ ଜାଗ୍ରତ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଡୁଡ଼ାର ପ୍ରୋଜେକ୍ଟ ଡାଏକ୍ଟର ସୁଦର୍ଶନ ସାଏ, ସିଡିଏମ୍‌ଓ ଡ. ଭୀମ ସାହୁ, ଏଡିଏମ୍‌ଓ ତଥା ଅନ୍ୟାନ୍ୟ ମେଡ଼ିକାଲ୍‌ ଅଧିକାରୀମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.