jsm

କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ନ କରାଯାଉ ଓ ପ୍ରତେକ ସରକାରୀ କର୍ମଚାରୀ ଓ ଜନପ୍ରତିନିଧିଙ୍କ ଛୁଆପିଲା ସରକାରୀ ସ୍କୁଲରେ ପାଠ ପଢାନ୍ତୁ : ପଶ୍ଚିମ ଓଡିଶା ଯୁବ ସେନା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ଯୁବ ସେନା ତରଫରୁ ଆଜି ପଦ୍ମପୁର ତହସିଲଦାର ସରିତା ଗୁପ୍ତା ଅଫିସରେ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନଙ୍କ ଶିଶୁମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ସ୍କୁଲରେ ପାଠ ପଢ଼େଇବା ନିମନ୍ତେ ଏବଂ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ ବନ୍ଦ ନ କରିବା ସକାଶେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ କରିବା ସମୟରେ ପଦ୍ମପୁରର ଯୁବ ସ୍ୱେଚ୍ଛାସେବୀ ଆଶିଷ ନାଥ ପଶ୍ଚିମ ଓଡିଶା ଯୁବ ସେନା ଆବାହକ ଶ୍ରୀ ଡିଲେଶ୍ୱର ବାଗ ଓ ପଶ୍ଚିମ ଓଡିଶା ଯୁବ ସେନା ସଦସ୍ୟ ଶ୍ରୀ ଆଦିତ୍ୟ ତୁରିଆ ଉପସ୍ଥିତ ଥିଲେ । ଅଗାମୀ ଦିନରେ ଏହି ଦାବୀଗୁଡ଼ିକୁ ପୂରଣ କରା ନଯାଏ ତେବେ “ପଶ୍ଚିମ ଓଡ଼ିଶା ଯୁବସେନା” ରାଜ ରାସ୍ତାକୁ ଓଲହେଇବା ପାଇଁ ବାଧ୍ୟ ହେବ ବୋଲି ପଶ୍ଚିମ ଓଡିଶା ଯୁବ ସେନା ଆବାହକ ଡିଲେଶ୍ୱର ବାଗ କହିଛନ୍ତି । ଶିକ୍ଷା ହେଉଛି ସମସ୍ତଙ୍କ ମୌଳିକ ଅଧିକାର, ଶିକ୍ଷା ର ଘରୋଇକରଣ ବନ୍ଦ କରାଯାଉ ନଚେତ ଆନ୍ଦୋଳନ ଉଗ୍ର ରୂପ ହେବ । ସମସ୍ତ ବେତନ ଭୋଗୀ ସରକାରୀ କର୍ମଚାରୀମାନେ ନୈତିକତା ଦୃଷ୍ଟିରୁ ନିଜନିଜ ପିଲାଛୁଆଙ୍କୁ ସରକାରୀ ବିଦ୍ୟାଳୟ ରେ ପାଠ ପଢେଇବା ପାଇଁ ପ୍ରସ୍ତୁତ ହୁଅନ୍ତୁ କାହିଁକି ନା ଆପଣ ମାନଙ୍କ ବେତନ ମୁଖ୍ୟମନ୍ତ୍ରୀ ଙ୍କ କହିବା ଅନୁଯାୟୀ ଲୋକଙ୍କ ଟିକସ ଦିଆ ପଇସାରେ ଦିଆଯାଉଛି, ଆପଣଙ୍କ ଲୋକଙ୍କ ସହ ଧୋକା କରନ୍ତୁ ନାହିଁ ବୋଲି ଶ୍ରୀ ବାଗ କହିଛନ୍ତି। ଅଗାମୀ ଦିନମାନଙ୍କରେ ପଶ୍ଚିମ ଓଡିଶାର ସମସ୍ତ ବ୍ଲକରୁ ଏହି ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ବୋଲି ପଶ୍ଚିମ ଓଡିଶା ଯୁବସେନା ଏକ ବାର୍ତ୍ତା ଦେଇଛନ୍ତି. ଏହି ଉଦ୍ଦେଶ୍ୟ ସଫଳ ହେଲେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

yuvodaya
Leave A Reply

Your email address will not be published.