ଅରୁଣାଚଳ ନିକଟସ୍ଥ ବ୍ରହ୍ମପୁତ୍ର ନଦୀ ଉପରେ ନୂତନ ବନ୍ଧ ନିର୍ମାଣ କରିବାକୁ ଯାଉଛି ଚୀନ୍ : ଭାରତ ସହ ବଢ଼ିପାରେ ବିବାଦ

ନୂଆଦିଲ୍ଲୀ : ଚୀନ୍ ଲଦାଖରେ ଭାରତୀୟ ସେନା‌ଙ୍କ ଠାରୁ ତଡ଼ା ଖାଇଥିବା ବେଳେ ଚୀନ୍ ବର୍ତ୍ତମାନ ଉତ୍ତର-ପୂର୍ବରେ ଉତ୍ତେଜନା ବୃଦ୍ଧି କରିବାର କାରଣ ଖୋଜୁଛି । ଅରୁଣାଚଳ ପ୍ରଦେଶର ସୀମାରେ ଏୟାରବେସ୍ ଏବଂ ରେଳ ନେଟୱାର୍କର ସମ୍ପ୍ରସାରଣ ପରେ ଜିନପିଙ୍ଗ ପ୍ରଶାସନ ବର୍ତ୍ତମାନ ଏକ ନୂତନ ବନ୍ଧ ନିର୍ମାଣ କରୁଛି । ଚୀନ୍‌ର ୟାରଲୁଙ୍ଗ ଟାଙ୍ଗପୋ ନାମରେ ଜଣାଶୁଣା ବ୍ରହ୍ମପୁତ୍ର ନଦୀ ଉପରେ ଏହି ବନ୍ଧ ନିର୍ମାଣ କରାଯିବ । ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ଭାରତର ସୀମା ନିକଟରେ ଥିବା ବ୍ରହ୍ମପୁତ୍ର ନଦୀର ନିମ୍ନ ଅଞ୍ଚଳରେ ଏହି ବନ୍ଧ ନିର୍ମାଣ କରିବ ବୋଲି ଘୋଷଣା କରିଛି ।

ଚୀନ୍ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ କରିବାକୁ ଯୋଜନା କରୁଥିବା ନୂତନ ଡ୍ୟାମ୍ ଏକ ବୃହତ ଡ୍ୟାମ୍ ହେବ । ତେବେ ଚୀନ୍ ଏପର୍ୟ୍ୟନ୍ତ ଏହି ପ୍ରକଳ୍ପ ସମ୍ବନ୍ଧରେ କୌଣସି ବଜେଟ୍ ପ୍ରକାଶ କରିନାହିଁ । ବିଶେଷଜ୍ଞଙ୍କ ଅନୁଯାୟୀ ଚୀନ୍‌ର ଏହି ନୂତନ ପ୍ରକଳ୍ପ ଭାରତ ସହ ବିବାଦକୁ ଆହୁରି ବଢ଼ାଇପାରେ । ଚୀନ୍ ଆରମ୍ଭରୁ ଅରୁଣାଚଳ ପ୍ରଦେଶକୁ ସ୍ୱୀକୃତି ଦେବାକୁ ମନା କରିଆସିଛି । ସମ୍ଭାବନା ଅଛି ଯେ, ଚୀନ୍‌ ଏହି ବନ୍ଧକୁ ତାହାର ରଣନୀତିକ ସୁବିଧା ପାଇଁ ବ୍ୟବହାର କରିବ ।

Leave A Reply

Your email address will not be published.