ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ “ଦିଶା” ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତ ସରକାରଙ୍କ ଆର୍ଥିକ ଅନୁଦାନରେ ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ୟ୍ୟର ସ୍ଥିତି ଓ ଗତିକୁ ନେଇ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ “ଦିଶା” ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ପିଏମ୍‌ଏଓ୍‌ୱାଇ, ପିଏମ୍‌ଜିଏସ୍‌ଓ୍‌ୱାଇ, ଏନ୍‌ଏଚ୍‌ଏମ୍‌ , ଡ଼ିଡ଼ିୟୁ-ଜିକେଓ୍‌ୱାଇ, ପିଏମ୍‌ଏଫ୍‌ବିଓ୍‌ୱାଇ, ପିଏମ୍‌କେଏସ୍‌ଓ୍‌ୱାଇ, ଏମ୍‌ଡ଼ିଏମ୍‌, ପିଏମ୍‌କେଭିଓ୍‌ୱାଇ, ପିଏମ୍‌ଏଜିଓ୍‌ୱାଇ ସହ ଏନ୍‌ଆର୍‌ଡ଼ିଡ଼ବ୍‌ବ୍ଲ୍ୟୁପି ପରି ୪୩ଟି ଜନକଲ୍ୟାଣକାରୀ ଯୋଜନାର ଅନୁଦାନ, ବ୍ୟୟ ଓ କାର୍ୟ୍ୟର ସ୍ଥିତି ଉପରେ ଆଲୋଚନା ହୋଇଛି । ବିଶେଷକରି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ପିଏମ୍‌ଏ‌ୱାଇ, ଏନ୍‌ଆର୍‌ଡ଼ିଡବ୍ଲ୍ୟୁପି ପରି ଯୋଜନାର ମନ୍ଥର ଗତିକୁ ତ୍ବରାନ୍ବିତ କରିବାକୁ ସାଂସଦ ସିଂହଦେଓ ବିଭାଗୀୟ ଅଧିକାରୀଙ୍କୁ ତାଗିଦା କରିବା ସହ କାର୍ୟ୍ୟସବୁରେ ଯୋଗ୍ୟ ହିତାଧିକାରୀ ଚୟନ ସହ ସ୍ବଚ୍ଛତା ଉପରେ ଦୃଷ୍ଟି ଦେବାକୁ ଗୁରୁତ୍ବ ଦେଇଥିଲେ । ୨୦୧୯-୨୦, ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ତରଫରୁ ଜିଲ୍ଲାକୁ ମିଳିଥିବା ଅନୁଦାନ ଅର୍ଥର ଆୟ-ବ୍ୟୟ ହିସାବ ସହ ଖର୍ଚ୍ଚର ସମୀକ୍ଷା କରାଯାଇଥିଲା । ଦିଶାର ଏହି ବାର୍ଷିକ ବୈଠକରେ ଜିଲ୍ଲାପାଳ ମନୀଷା ବାନାର୍ଜୀ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣୀ ପଟେଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ୬ଟି ପଂଚାୟତ ସମିତିର ଅଧ୍ୟକ୍ଷ ଓ ଜିଲ୍ଲା ଦିଶା କମିଟିର ସଦସ୍ୟଙ୍କ ସହ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.