
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ପରିବେଶ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ସ୍ଥିତ ପଲ୍ଲିଶ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କେ.ଏନ୍.ସି.ଏଫ୍. ଓ ଆର.ସି.ଜେ. ଜାପାନର ସହଯୋଗରେ ବୃକ୍ଷରୋପଣ ତଥା ସବୁଜ ବନାନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହରିପୁର ଉଚ୍ଚ ବିଦ୍ୟାଳୟ ସମେତ ଆର୍ଯ୍ୟପଲ୍ଲୀ, ଆଲିପୁର, ହରିପୁର, କାଳୀପଲ୍ଲୀ ଓ ରମେୟାପଲ୍ଲୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଗ୍ରାମାଞ୍ଚଳର ଖୋଲାସ୍ଥାନରେ ବିଭିନ୍ନ ପ୍ରକାରର ଚାରାରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଲ୍ଲିଶ୍ରୀ ଅନୁଷ୍ଠାନର ସଂଯୋଜକ ୱାର୍ଡି କାଶୀନାଥ, ସନ୍ତୋଷ କୁମାର ଜେନା ଓ ବିଶିକେଶନ ଦାସଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ସମସ୍ତଙ୍କ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମଟି ସଫଳତାର ସହ ଶେଷ ହୋଇଥିଲା । ପରିବେଶର ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଆଗାମୀ ପିଢ଼ି ପାଇଁ ସୁସ୍ଥ ପରିବେଶ ଗଠନ ଦିଗରେ ଏଭଳି କାର୍ଯ୍ୟକ୍ରମ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି ।