csstore

ସୋରରୁ ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍ ଜବତ

ସୋର : ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍ ଜବତ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନମାନଙ୍କରେ ପଥର ବିସ୍ଫୋରଣ ସାମଗ୍ରୀ ଜିଲୋଟନ୍ ଜବତ କରିଛି ପୋଲିସ । ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱର ଏକ ପୁଲିସ୍ ଟିମ୍ ବାଗୁଡ଼ିର ଏକ ନିଛାଟିଆ ସ୍ଥାନରୁ ୧୫୦୦ କିଲୋଗ୍ରାମ ଜିଲୋଟିନ୍ ଜବତ କରିବା ସହିତ ମହୁମୁହାଣ ନିକଟସ୍ଥ ପରିତ୍ୟକ୍ତ ପଥର ଖାଦାନରୁ ୬୦୦୦ କିଲୋଗ୍ରାମ ବିସ୍ଫୋରଣ ସାମଗ୍ରୀ ଜିଲୋଟିନ୍ ଜବତ କରାଯାଇଛି । ପୁଲିସ୍ କେଶ ନଂ ୪୭୬/୨୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.