pakka

ବାଇକ୍‌ ଦୁର୍ଘଣାରେ ୧ ମୃତ ଜଣେ ଗୁରୁତର

bbehera

କଣ୍ଟାମାଳ : କଣ୍ଟାମାଳ ବ୍ଲକ ୪୧ ନଂ ରାଜ୍ୟ ରାଜପଥର ଘଣ୍ଟାପଡ଼ା ନିକଟସ୍ଥ ଅଡ଼ାଗୁଡ଼ି ସେତୁରେ ଏକ ବାଇକ୍‌ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ସିମିଲିଯୋର ଗ୍ରାମରୁ ବିବାହ ଭୋଜି ଖାଇ ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ୪୧ ନଂ ରାଜ୍ୟ ରାଜପଥର ଘଣ୍ଟାପଡ଼ା ନିକଟସ୍ଥ ଅଡ଼ାଗୁଡ଼ି ସେତୁରେ ବାଡେଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଦୁର୍ଘଟଣାରେ ଖୁଣ୍ଟିଗୋରା ପଞ୍ଚାୟତ ସାନକଲରା କୋଠାର ବିଘ୍ନ ରଣା ଓ ଅଲେଖ ଭୋଇ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଥିଲା । ମୃତ ବ୍ୟକ୍ତିଙ୍କର ୮ ବର୍ଷର ଗୋଟିଏ ଝିଅ ଓ ୫ ବର୍ଷର ଗୋଟିଏ ପୁଅ ଅଛନ୍ତି ।

jay balangir
Leave A Reply

Your email address will not be published.

4 + 20 =